ଯାଜପୁର:ସାହାଯ୍ୟ କରିବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା । ଅଟକ ଥିବା 5 ଜଣଙ୍କ ନାଁରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଥାନାରେ ଏତଲା କରାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ଛାନଭିନ କରୁଛି ପୋଲିସ ।
ସୂଚନା ମୁତାବକ, ରବିବାର ସନ୍ଧ୍ୟା ସମୟରେ ଜଣେ ନାବାଳକ ଓ ନାବାଳିକା ଭାଇଭଉଣୀ ସମ୍ପର୍କୀୟଙ୍କ ଘର ସୁକିନ୍ଦା କାଳିଆପାଣି ଟାଟା ମାଇନ୍ସ ଅଭିମୁଖେ ଚାଲିକି ଯାଉଥିବା ବେଳେ ଝୁମ୍ପାଣ ନିକଟରେ ୫ ଜଣ ଯୁବକ ତାଙ୍କୁ ଅଟକାଇ ସ୍ଥାନୀୟ ସ୍କୁଲରେ ଆଶ୍ରୟ ନେବାକୁ କହିଥିଲେ । ଏହାପରେ ଉକ୍ତ ଯୁବକମାନେ ନାବାଳକ ଭାଇକୁ ନିସ୍ତୁକ ମାଡ଼ ମାରିବା ସହ ନାବାଳିକାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ନାବାଳିକା ଜଣକ ସ୍କୁଲ ଛାତରୁ ତଳକୁ ଡେଇଁ ପଡ଼ିଥିଲେ ।