ଯାଜପୁର: ବଡ଼ଚଣା ଥାନା ମଙ୍ଗରାଜପୁରରେ ଜମିବାଡିକୁ ନେଇ ବିବାଦ । ଭଉଣୀକୁ ମାରିଲା ଭାଇ ,ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା।
ସୂଚନାଅନୁଯାୟୀ, ବଡ଼ଚଣା ଥାନା ମଙ୍ଗରାଜପୁର ଗାଁରେ ରୁହନ୍ତି ଯଶୋଦା ରାଣା ,ସ୍ବାମୀ ଓ ମା। କିଛିଦିନ ତଳେ ଯଶୋଦାଙ୍କ ବାପା ମୃତ୍ୟୁ ବରଣ କରିବାରୁ ଝିଅ ଓ ଜ୍ବାଇଁଙ୍କୁ ପାଖରେ ଆଣି ରଖିଲେ। ଯାହାକି ଯଶୋଦାଙ୍କ ଦାଦା ପୁଅ ଭାଇ ଓ ପୁତୁରା ମାନଙ୍କ ମନକୁ ପାଇ ନଥିଲା। ଏଥି ସହିତ ଯଶୋଦାଙ୍କ ମାଙ୍କୁ ସେମାନେ କଣ ପାଇଁ ଏଠାରେ ରହୁଛନ୍ତି ପ୍ରଶ୍ନ କରିବା ସହିତ ଘର ଛାଡିଯିବାକୁ ବାଧ୍ୟ କରିଥିଲେ। ଯଶୋଦା ଏହାକୁ ନମାନିବାରୁ ତାଙ୍କୁ ଓ ତାଙ୍କ ମାଙ୍କୁ ବିଭିନ୍ନ ସମୟରେ ମାଡ଼ ପିଟ କରିବା ସହିତ ବିଭିନ୍ନ ଭାଷାରେ ଗାଳିଗୁଲଜ କରୁଥିଲେ।