ଓଡିଶା

odisha

କୋରେଇ BDOଙ୍କୁ ଆକ୍ରମଣ: 4 ବୁଥ୍‌ରେ ଉତ୍ତେଜନା, ମତଦାନ ବନ୍ଦ

By

Published : Feb 20, 2022, 10:29 AM IST

Updated : Feb 20, 2022, 10:52 AM IST

ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତରେ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଉତ୍ତେଜନା । କୋରେଇ ବିଡିଓ ରଞ୍ଜନ ପରିଡାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଯାଜପୁରର ବିଭିନ୍ନ ବୁଥରେ ଉତ୍ତେଜନା, ମତଦାନ ବେଳେ ବିଡିଓଙ୍କ ଆକ୍ରମଣ
ଯାଜପୁରର ବିଭିନ୍ନ ବୁଥରେ ଉତ୍ତେଜନା, ମତଦାନ ବେଳେ ବିଡିଓଙ୍କ ଆକ୍ରମଣ

ଯାଜପୁର: ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ଏନେଇ ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତରେ ମତଦାନ କରୁଛନ୍ତି ଭୋଟର । ତେବେ 8, 9, 10 ଓ 11ନଂ ବୁଥରେ ଭୋଟଗ୍ରହଣ ଚାଲିଥିବା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ଗଣ୍ଡଗୋଳ କରିବା ସହ ବୁଥ ଜବରଦଖଲ କରିଥିବା ଅଭିଯୋଗ ରହିଛି । କୋରେଇ ବିଡିଓ ରଞ୍ଜନ ପରିଡାଙ୍କ ଉପରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି।

କୋରେଇ BDOଙ୍କୁ ଆକ୍ରମଣ: 4 ବୁଥ୍‌ରେ ଉତ୍ତେଜନା, ମତଦାନ ବନ୍ଦ

ବୁଥ ସମ୍ମୁଖରେ ଉତ୍ତେଜନା ହେବା ସହ ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ତହସିଲଦାର ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 20, 2022, 10:52 AM IST

ABOUT THE AUTHOR

...view details