ଯାଜପୁର: ଜିଲ୍ଲାରେ ପୁଣି ହେଲା ଘଟଣାର ପୁନରାବୃତ୍ତି । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଗ୍ରାମରେ ଘଟିଛି ଏହି ଦୁର୍ଘଟଣା । ପୂର୍ବରୁ ନିର୍ବାଚନ ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କ ଉପରେ ବିଞ୍ଝାରପୁରରେ ହୋଇଥିଲା ଆକ୍ରମଣ ।
ଯାଜପୁରରେ ପୁଣି ସାମ୍ବାଦିକଙ୍କ ଉପରେ ଆକ୍ରମଣ - ଯାଜପୁରରେ ପୁଣି ସାମ୍ବାଦିକଙ୍କ ଉପରେ ଆକ୍ରମଣ
ଯାଜପୁର ଜିଲ୍ଲାରେ ପୁଣି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଅଧିକ ପଢନ୍ତୁ
ଯାଜପୁରରେ ପୁଣି ସାମ୍ବାଦିକଙ୍କ ଉପରେ ଆକ୍ରମଣ
ଯାଜପୁରରେ ପୁଣି ସାମ୍ବାଦିକଙ୍କ ଉପରେ ଆକ୍ରମଣ
ବନ୍ଦାଳ ଗ୍ରାମରେ MGNRGS ସ୍କିମରେ ଏକ ପୋଖରୀର ପୁନରୁଦ୍ଧାର କାମରେ ଅନିୟମିତତା ହେଉଥିବା ଖବର ପାଇ ଆଜି ଏକ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ସେଠାରେ ପହଞ୍ଚି ଭିଡିଓ ଉତ୍ତୋଳନ କରୁଥିବା ସମୟରେ ଗ୍ରାମର କିଛି ଲୋକ ସେଠାରେ ପହଞ୍ଚି ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ଏନେଇ ସାମ୍ବାଦିକ ଜଣକ ବଡ଼ଚଣା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ