ଯାଜପୁର: ପଥର କାରିଗରଙ୍କୁ ମିଳୁନାହିଁ କଞ୍ଚାମାଲ । ଏନେଇ ଆଜି (ଶନିବାର) ଯାଜପୁର ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ଓଡିଶା ଶିଳ୍ପୀ ମହାସଂଘ । ଯାଜପୁର ଜିଲ୍ଲା ବଡଚଣା ବ୍ଲକର ପଥର କାରିଗର ମାନଙ୍କୁ କଞ୍ଚାମାଲ ମିଳୁନଥିବା ଅଭିଯୋଗ କରିଛନ୍ତି ।
ମିଳୁନାହିଁ କଞ୍ଚାମାଲ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ଶିଳ୍ପୀ ମହାସଂଘ - ଯାଜପୁର ପଥର କାରିଗର
ଯାଜପୁର ଜିଲା ବଡଚଣା ବ୍ଲକ ଶୁଖୁଆପଡା ଅଞ୍ଚଳର ପଥର କାରିଗର ମାନଙ୍କୁ କଞ୍ଚାମାଲ ମିଳୁନଥିବା ଅଭିଯୋଗ । ଏହା ସହ ପଥର କାରିଗରଙ୍କୁ ପୋଲିସ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ମିଳୁନାହିଁ କଞ୍ଚାମାଲ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ଶିଳ୍ପୀ ମହାସଂଘ
ମିଳୁନାହିଁ କଞ୍ଚାମାଲ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ଶିଳ୍ପୀ ମହାସଂଘ
ବଡଚଣା ବ୍ଲକ ଶୁଖୁଆପଡା ଅଞ୍ଚଳର ପଥର କାରିଗର ମାନଙ୍କୁ କଞ୍ଚାମାଲ ମିଳୁନଥିବା ବେଳେ ସ୍ଥାନୀୟ ପୋଲିସ ସେମାନଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଆଜି ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଏକ ଦାବୀ ପତ୍ର ଯାଜପୁର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ପୋଲିସ କଞ୍ଚାମାଲକୁ ଜବତ କରିବା ସହିତ କର୍ମଚାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ