ଯାଜପୁର:ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ । ଘରେ ପଶି ଯୁବକଙ୍କ ପରିବାର ଉପରେ ସଙ୍ଘବଦ୍ଧ ଆକ୍ରମଣ । ଏଭଳି ଘଟଣା ଘଟିଛି ଜିଲ୍ଲାର ଅଣ୍ଟିଆ ଗାଁରେ । ଅଭିଯୋଗର ୩ଦିନ ପରେବି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବାରୁ ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ୱାରସ୍ଥ ହେଲେ ଜୈନିକ ପରିବାର ।
ମିଳିଥିବା ସୂଚନା ଅନୁଯାୟୀ ଗତ ୧୪ ତାରିଖ ଦିନ ଗ୍ରାମର ପ୍ରଶାନ୍ତ ନିଜର କାମ ସାରି ଘରକୁ ଫେରିଥିବା ବେଳେ ସେହି ଗାଁରେ ବଳିଆ ଜେନା ତାଙ୍କୁ କମେଣ୍ଟ ମାରିଥିଲେ। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ବଳିଆ ରାଗି ଯାଇ ତାଙ୍କର କିଛି ସାଥୀଙ୍କ ସହ ମାରଣାସ୍ତ୍ର ଧରି ପ୍ରଶାନ୍ତଙ୍କ ଘରେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ପ୍ରଶାନ୍ତ ସହିତ ତାଙ୍କ ଭଉଣୀ,ମା ଓ ଭାଉଜ ଆହତ ହୋଇଥିଲେ ।