ଓଡିଶା

odisha

ETV Bharat / state

ଅନ୍ଧବିଶ୍ବାସର କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ ନିର୍ମମ ହତ୍ୟା - ଛତରା ଗ୍ରାମ

ଗୁଣିଗାରେଡ଼ି ସନ୍ଦେହରେ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ଦେହରୁ ମୁଣ୍ଡକୁ ଅଲଗା କରିଦେଲେ ଆଦିବାସୀ ଯୁବକ। ଏହାପରେ କଟାମୁଣ୍ଡ ସହ ବ୍ୟବହୃତ ଟାଙ୍ଗିଆ ହାତରେ ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଯୁବକ । ଅଭିଯୁକ୍ତ ଯୁବକ ହେଲେ ସେହି ଗାଁର କାର୍ତ୍ତିକ କେରେଇ ।

ଅନ୍ଧବିଶ୍ବାସର ଆଉ ଏକ କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ  ହତ୍ୟାକାଣ୍ଡ
ଅନ୍ଧବିଶ୍ବାସର ଆଉ ଏକ କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ

By

Published : Jul 17, 2020, 1:59 PM IST

ଯାଜପୁର:ଅନ୍ଧବିଶ୍ବାସର ଆଉ ଏକ ନମୁନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଓଲଳ ପଞ୍ଚାୟତର ଛତରା ଗ୍ରାମରେ । ଯାହାର ପରିଣାମ ସ୍ବରୂପ ଏହି ଆଦିବାସୀ ଇଲାକାରେ ଘଟିଛି ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ । ଗୁଣିଗାରେଡ଼ି ସନ୍ଦେହରେ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ଦେହରୁ ମୁଣ୍ଡକୁ ଅଲଗା କଲା ଆଦିବାସୀ ଯୁବକ । ଏହାପରେ କଟାମୁଣ୍ଡ ସହ ବ୍ୟବହୃତ ଟାଙ୍ଗିଆ ହାତରେ ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ଯୁବକ ଜଣକ । ଅଭିଯୁକ୍ତ ଯୁବକ ହେଲେ ସେହି ଗାଁର କାର୍ତ୍ତିକ କେରେଇ ।

ସେପଟେ ମୃତ ବୃଦ୍ଧାଙ୍କ ନାମ ନନ୍ଦିନୀ ପୂର୍ତ୍ତି ବୋଲି ଜଣାପଡିଛି । ସମ୍ପର୍କୀୟ ଭାଇଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ବୃଦ୍ଧାଙ୍କ ଗୁଣିଗାରେଡି ଉପରେ ସନ୍ଦେହ କରିଥିଲେ କାର୍ତ୍ତିକ । ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା ଗୁରୁବାର ସନ୍ଧ୍ୟାରେ । ଯାଜପୁର ରୋଡ ପୋଲିସ୍ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।

ଅନ୍ଧବିଶ୍ବାସର ଆଉ ଏକ କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ

ଘଟଣାରୁ ପ୍ରକାଶ ଯେ, ନିକଟରେ କିଛିଦିନ ଧରି ଅଭିଯୁକ୍ତଙ୍କ ଦାଦା ପୁଅ ଭାଇକୁ ଅଜଣା ଜର ହୋଇଥିଲା । ସେହି ଗ୍ରାମରେ ଏହି ବୃଦ୍ଧା ଜଣକ ଗୁଣିଗାରେଡି କରୁଥିବାରୁ ଅଭିଯୁକ୍ତ ତାର ଭାଇକୁ ସମ୍ପୃକ୍ତ ବୃଦ୍ଧାଙ୍କ ପାଖକୁ ଝାଡ଼ିବା ପାଇଁ ନେଇଥିଲା । ବୃଦ୍ଧା ତାକୁ ଝଡାଫୁଙ୍କା କରିବା ସହ ସେ ଆଉ ବଞ୍ଚିବ ନାହିଁ ବୋଲି ଭବିଷ୍ୟବାଣୀ କରିଥିଲେ । ଏପଟେ ଧିରେ ଧିରେ ଦେହ ଅଧିକ ଖରାପ ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ବାଟରେ ତାର ମୃତ୍ୟୁ ଘଟିଥିଲା । ଫଳରେ ଅଭିଯୁକ୍ତ କାର୍ତ୍ତିକ ଗୁଣି କରି ବୃଦ୍ଧା ଜଣଙ୍କ ତା'ର ଭାଇକୁ ମାରିଛି ବୋଲି ସନ୍ଦେହ କରି ଏକ ଟାଙ୍ଗିଆ ସାହାଯ୍ୟରେ ବୃଦ୍ଧାଙ୍କ ହତ୍ୟା କରିଛି କାର୍ତ୍ତିକ । ଏଭଳି ଏକ ଅନ୍ଧବିଶ୍ବାସର ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ବୃଦ୍ଧାଙ୍କୁ ହତ୍ୟା କରିବା ପରେ କଟାମୁଣ୍ଡ ଏବଂ ବ୍ୟବହୃତ ଟାଙ୍ଗିଆକୁ ହାତରେ ଧରି ସେ ନିକଟସ୍ଥ ଦାନଗଦି ଫାଣ୍ଡିରେ ପହଞ୍ଚି ଆତ୍ମସମର୍ପଣ କରିଥିଲା କାର୍ତ୍ତିକ । ପୋଲିସ କଟାମୁଣ୍ଡ ଓ ଟାଙ୍ଗିଆ ଜବତ କରିବା ସହ ଅଭିଯୁକ୍ତ କାର୍ତ୍ତିକ କେରେଇକୁ ହାଜତରେ ରଖି ଘଟଣାର ଅନୁସନ୍ଧାନ ଜାରି ରଖିଛି । ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଥାନା ଅଧିକାରୀ ଅନୀଲ ମହାନ୍ତି ଘଟଣାର ତଦନ୍ତ କରିଥିଲେ । ପୋଲିସ୍ କାର୍ତ୍ତିକକୁ ଗିରଫ୍ ଦର୍ଶାଇ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି ।

ଅନ୍ଧବିଶ୍ବାସ ଓ କୁସଂସ୍କାରର ଏଭଳି ଏକ ଅପରିଣାମ ଦର୍ଶିତା ପ୍ରମାଣ କରୁଛି ଆଜି ବି ଅନଗ୍ରସର ମଣିଷ ଗୁଣିଗାରେଡି ଭଳି କଥାକୁ ଜାବୁଡି ଧରିଛି । ଯାହାକୁ ସନ୍ଦେହ କରି ଏଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଏହାକୁ ଦୂର କରିବା ପାଇଁ ଅଧିକ ସଚେତନତାର ଆବଶ୍ୟକତା ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details