ଓଡିଶା

odisha

By

Published : Apr 22, 2021, 12:30 PM IST

Updated : Apr 22, 2021, 4:17 PM IST

ETV Bharat / state

ଝରାଫୁଲ ମର୍ଡର ମିଷ୍ଟ୍ରି ପର୍ଦ୍ଦାଫାଶ, ଟଙ୍କା ପାଇଁ ହତ୍ୟା କରିଛି ରାକେଶ !

ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲର ହତ୍ୟା ରହସ୍ୟର ପର୍ଦ୍ଦାଫାଶ ହୋଇଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ । ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଶକ୍ତି ସ୍ବାଇଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସମୟରେ ରହସ୍ୟର ଉନ୍ମୋଚନ କରିଛି ପୋଲିସ । ଅଧିକ ପଢନ୍ତୁ...

ଝରାଫୁଲ ମର୍ଡର ମିଷ୍ଟ୍ରି: ଯାଜପୁର ଏସପିଙ୍କ ପ୍ରେସ ମିଟ
ଝରାଫୁଲ ମର୍ଡର ମିଷ୍ଟ୍ରି: ଯାଜପୁର ଏସପିଙ୍କ ପ୍ରେସ ମିଟ

ଯାଜପୁର :ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲର ହତ୍ୟା ରହସ୍ୟର ପର୍ଦ୍ଦାଫାଶ ହୋଇଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ । ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଶକ୍ତି ସ୍ବାଇଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସମୟରେ ରହସ୍ୟର ଉନ୍ମୋଚନ କରିଛି ପୋଲିସ । ଯାଜପୁର ଏସପି ରାହୁଲ ପି ଆର ସାମ୍ବାଦିକ ସମ୍ମିଳନୀରେ ଝରାଫୁଲ ହତ୍ୟାକାଣ୍ଡ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ।

ଝରାଫୁଲ ମର୍ଡର ମିଷ୍ଟ୍ରି: ଯାଜପୁର ଏସପିଙ୍କ ପ୍ରେସ ମିଟ

ସୂଚନା ମୁତାବକ ଝରାଫୁଲ ଠାରୁ ପ୍ରେମିକ ରାକେଶ ସ୍ବାଇଁ ବିଭିନ୍ନ ସମୟରେ ଟଙ୍କା ଧାର ଆକାରରେ ନେଇଥିଲା କିନ୍ତୁ, ଟଙ୍କା ଫେରାଉନଥିଲା । ଝରାଫୁଲ ଟଙ୍କା ଫେରାଇବାକୁ ଜିଦ ଧରିବାରୁ ରାକେଶ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ଗତ ଜାନୁଆରି ୨୬ ତାରିଖ ଦିନ ରାକେଶ ଭୁବନେଶ୍ବରର ଏକ ହୋଟେଲରେ ଝରାଫୁଲକୁ ରଖିଥିଲା । ସେଠାରେ ଝରାଫୁଲକୁ ଜବରଦସ୍ତ ମଦ ପିଇଆଇଥିଲା । ସେ ବେହୋସ ହେବା ପରେ ତାକୁ ଅଣନିଶ୍ବାସି କରି ଝରାଫୁଲକୁ ହତ୍ୟା କରିଥିଲା । ହତ୍ୟା ପରେ ତାର ଶବକୁ ଶକ୍ତି ସ୍ବାଇଁ ସହିତ ଏକ ସ୍କୁଟି ସାହାଯ୍ୟରେ ତା ପରଦିନ କୁଆଖିଆ ଥାନା ମୁଳାପାଳ ଛକ ନିକଟସ୍ଥ ରାସ୍ତା କଡରେ ଫିଙ୍ଗି ଉଭୟ ଫେରାର ହୋଇ ଯାଇଥିଲେ ।

ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ଏବଂ ଅମରେଶ ରାଉତ ଗିରଫ ହୋଇଥିଲେ । ଗତକାଲି (ବୁଧବାର) ଭୁବନେଶ୍ବରରୁ କମିଶନରେଟ ପୋଲିସର ସହାୟତାରେ ଯାଜପୁର ପୋଲିସ ଶକ୍ତି ସ୍ବାଇଁକୁ ଗିରଫ କରିଛି ବୋଲି ଏସପି ରାହୁଲ ପି ଆର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଗତ ଜାନୁଆରୀ 27 ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା । ସିସିଟିଭି ଫୁଟେଜ ଆଧାରରେର ଘଟଣାର ତଦନ୍ତ କରି ଝରାଫୁଲର ପ୍ରେମିକ ରାକେଶ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 22, 2021, 4:17 PM IST

ABOUT THE AUTHOR

...view details