ଯାଜପୁର: ଚଣ୍ଡିଖୋଲ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ଚଣ୍ଡିଖୋଲ-ଡ଼ୁବୁରୀ 53ନଂ ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଅଞ୍ଚଳର ବାସନ୍ତୀ ପାଢୀ ବୋଲି ଜଣାପଡିଛି । ସେ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।