ଯାଜପୁର: ପାଣିକୋଇଲି ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସଡକ ଦୁର୍ଘଟଣା ଘଟିଛି। ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ ଓ ଅଟୋକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ ପାଣିକୋଇଲି ପଟୁ ଆସୁଥିବା ଏକ ଡାଲା ଅଟୋକୁ ଏକ ଦ୍ରୁତଗାମୀ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଡାଲା ଅଟୋଟି ଓଲଟି ପଡ଼ିଥିଲା । ଏହାସହ ଅଟୋ ତଳେ ଅଟୋଚାଳକ ଜଣକ ଚାପି ହୋଇଯାଇଥିଲେ।। ସ୍ଥାନୀୟ ଲୋକମାନେ ଅଟୋଚାଳକ ଜଣଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।