ଓଡିଶା

odisha

By

Published : May 18, 2020, 8:08 PM IST

ETV Bharat / state

ବାତ୍ୟା ମୁକାବିଲା ପାଇଁ ଯାଜପୁର ପ୍ରଶାସନର ବୈଠକ

ଅମ୍ଫାନ ମୁକାବିଲା ପାଇଁ ଗୋଟିଏ ଲେଖାଁଏ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମ ସହ ଅଗ୍ନିଶମ ବିଭାଗ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବେ । ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି । ଅଧିକ ପଢନ୍ତୁ...

amphan-prepairtion-in-jajpur
amphan-prepairtion-in-jajpur

ଯାଜପୁର: ଆସୁଛି ସାମୁଦ୍ରିକ ଝଡ ଅମ୍ଫାନ । ଅମ୍ଫାନ ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଯାଜପୁରରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ଥିବାରୁ ଇତିମଧ୍ୟରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବାତ୍ୟା ମୁକାବିଲା ପାଇଁ ଯାଜପୁର ପ୍ରଶାସନର ବୈଠକ

ଏଥିରେ ଜିଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଜିଲାର ସମସ୍ତ କର୍ମଚାରୀଙ୍କୁ ଛୁଟିକୁ ବାତିଲ କରାଯିବା ସହ ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରି ରଖିବା ଏବଂ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ବର୍ଷା ଏବଂ ପବନ ହେଲେ ତଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଚସ୍ଥାନକୁ ଉଠିଆସିବା ପାଇଁ ପରାମର୍ଶ ଦିଆଯାଇଛି ।

ଧାନ ଅମଳ କିମ୍ବା ରହିବା ପାଇଁ ଲୋକେ ସରକାରୀ ସ୍କୁଲକୁ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଜିଲାରେ ଅମ୍ଫାନର ମୁକାବିଲା ପାଇଁ ଗୋଟିଏ ଲେଖାଁଏ ଏନ.ଡି.ଆର.ଏଫ ଏବଂ ଓଡ୍ରାଫ୍ ଟିମ ସହ ଅଗ୍ନିଶମ ବିଭାଗ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବେ । ଜିଲାରେ ୧୧ଟି ଅଗ୍ନିଶମ ଟିମ୍ ରହିଥିବା ବେଳେ ଜିଲା ବାହାରୁ ୨ଟି ଟିମ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଜଣେ ନୋଡାଲ ଅପିଂସର ଙ୍କୁ ଦାୟିତ୍ବ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details