ଯାଜପୁର: ସହରରେ ସ୍ବାଭାବିକ ହୋଇ ନାହିଁ ବିଦ୍ୟୁତ୍ ସେବା । ଅମ୍ପାନ ବାତ୍ୟା ପରଠାରୁ ଯାଜପୁର ସହରରେ ସ୍ବାଭାବିକ ହୋଇନାହିଁ ବିଦ୍ୟୁତ୍ ସେବା । ସହର ପାଇଁ ଲାଗିଥିବା ପାୱାର ଟାନ୍ସମିଟରଟି ଖରାପ ହୋଇଯାଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଦିନ ରାତି ବିଦ୍ୟୁତ୍ କାଟ ଲାଗି ରହୁଛି । ଫଳରେ ଅସହ୍ୟ ଗରମରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି ।
‘ଅମ୍ଫାନ’ ପ୍ରଭାବ: ଯାଜପୁରରେ ସ୍ବଚ୍ଛଳ ହୋଇନି ବିଦ୍ୟୁତ ସେବା - power service is not available in Jajpur
ଅମ୍ପାନ ବାତ୍ୟା ପରଠାରୁ ଯାଜପୁର ସହରରେ ସ୍ବାଭାବିକ ହୋଇନାହିଁ ବିଦ୍ୟୁତ୍ ସେବା । ସହର ପାଇଁ ଲାଗିଥିବା ପାୱାର ଟାନ୍ସମିଟରଟି ଖରାପ ହୋଇଯାଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ।
![‘ଅମ୍ଫାନ’ ପ୍ରଭାବ: ଯାଜପୁରରେ ସ୍ବଚ୍ଛଳ ହୋଇନି ବିଦ୍ୟୁତ ସେବା amphan-effect-power-service-is-not-available-in-jajpur](https://etvbharatimages.akamaized.net/etvbharat/prod-images/768-512-7342194-thumbnail-3x2-asvhjasc.jpg)
‘ଅମ୍ଫାନ’ ପ୍ରଭାବ: ଯାଜପୁରରେ ସ୍ବଚ୍ଛଳ ହୋଇନି ବିଦ୍ୟୁତ ସେବା
‘ଅମ୍ଫାନ’ ପ୍ରଭାବ: ଯାଜପୁରରେ ସ୍ବଚ୍ଛଳ ହୋଇନି ବିଦ୍ୟୁତ ସେବା
ଦିନ କଷ୍ଟଠାରୁ ରାତ୍ରି ସମୟରେ ଏହି କଷ୍ଟ ଅଧିକ ହେଉଛି । ବିଶେଷ କରି ଛୋଟ ପିଲାମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ବିଦ୍ୟୁତ୍ ଉପରେ ନିର୍ଭର କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନମାନେ ମଧ୍ୟ ହଇରାଣ ହରକତ ହେଉଛନ୍ତି । ସେପଟେ ଏହି ସମସ୍ୟା ସୋମବାର ସୁଦ୍ଧା ସମାଧାନ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ