ଓଡିଶା

odisha

ETV Bharat / state

କୋଲକାତାରୁ ଆସିଥିବା ଆମ୍ବୁଲାନ୍ସ ପାଣିକୋଇଲିରେ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

ସୋମବାର ବିଳମ୍ବିତ ରାତ୍ରିରେ କୋଲକାତାରୁ ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ...

Ambulance comes from Kolkata crashed in Jajpur, driver dead
କୋଲକାତାରୁ ଆସିଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

By

Published : Dec 8, 2020, 3:48 PM IST

ଯାଜପୁର: ଜିଲ୍ଲାର ପାଣିକୋଇଲି ଥାନା ଅନ୍ତର୍ଗତ ଏସପି ଅଫିସ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

କୋଲକାତାରୁ ଆସିଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

ଏହି ଆମ୍ବୁଲାନ୍ସଟି ସୋମବାର ବିଳମ୍ବିତ ରାତ୍ରିରେ କୋଲକାତା ମେଦିନାପୁରରୁ ଭୁବନେଶ୍ବର କଳିଙ୍ଗ ହସପିଟାଲକୁ ରୋଗୀ ନେଇ ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାଣିକୋଇଲି ଏସପି ଅଫିସ ନିକଟରେ ସାମ୍ନାରେ ଯାଉଥିବା ଏକ ଟ୍ରକକୁ ବାମପଟେ ଓଭରଟେକ କରିବା ସମୟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଖୁବ ଜୋରରେ ଟ୍ରକ ସହ ପଛପଟୁ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗାଡ଼ିରେ ଥିବା ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରିଥିଲେ। ଡ୍ରାଇଭରର ପରିଚୟ ମିଳିପାରିନଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details