ଓଡିଶା

odisha

ETV Bharat / state

ଗୁରୁ ଦିବସ; ନନ୍ଦ ସାରଙ୍କୁ ଭେଟି ଆଶୀର୍ବାଦ ନେଲେ ପୁରାତନ ଛାତ୍ରଛାତ୍ରୀ - ନନ୍ଦ ସାରଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ

ଗୁରୁଦିବସରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କୁ ତାଙ୍କର ବହୁ ପୁରାତନ ଛାତ୍ରଛାତ୍ରୀ ଭେଟି ଆଶୀର୍ବାଦ ନେଇଛନ୍ତି। ଅଧିକ ପଢନ୍ତୁ...

ଗୁରୁ ଦିବସରେ ନନ୍ଦ ସାରଙ୍କ ଆଶିର୍ବାଦ ନେଲେ ପୁରାତନ ଛାତ୍ରଛାତ୍ରୀ
ଗୁରୁ ଦିବସରେ ନନ୍ଦ ସାରଙ୍କ ଆଶିର୍ବାଦ ନେଲେ ପୁରାତନ ଛାତ୍ରଛାତ୍ରୀ

By

Published : Sep 5, 2021, 7:04 PM IST

ଯାଜପୁର: ଗୁରୁଦିବସରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କୁ ତାଙ୍କର ବହୁ ପୁରାତନ ଛାତ୍ରଛାତ୍ରୀ ଭେଟି ଆଶୀର୍ବାଦ ନେଇଛନ୍ତି। ଆଜି(ରବିବାର) ଗୁରୁଦିବସ ଅବସରରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଏବଂ ଯାଜପୁର ଜିଲ୍ଲା ବିଜେପିର କର୍ମକର୍ତ୍ତା ମାନେ ନନ୍ଦ ସାରଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ।

ଗୁରୁ ଦିବସରେ ନନ୍ଦ ସାରଙ୍କ ଆଶିର୍ବାଦ ନେଲେ ପୁରାତନ ଛାତ୍ରଛାତ୍ରୀ

୧୦୨ ବର୍ଷରୁ ଅଧିକ ହୋଇଥିବା ନନ୍ଦସାର ଆଜି ପର୍ଯ୍ୟନ୍ତ ନିଜ ଗ୍ରାମରେ ଚାଟସାଳି ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରି ଆସୁଛନ୍ତି। ତାଙ୍କର ସମାଜକୁ ଏହି ଅବଦାନ ପାଇଁ ତାଙ୍କୁ ଗତବର୍ଷ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା। ଆଜିର ଦିନରେ ତାଙ୍କ ନିକଟରେ ଅନେକ ପୁରାତନ ଛାତ୍ରଛାତ୍ରୀଙ୍କୁ ପାଇ ସେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି।

ସେପଟେ ଆଜି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜଙ୍କ ନେତୃତ୍ୱରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଓ ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳ ସାମନ୍ତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ସାରଙ୍କୁ ଭେଟି ଗୁରୁଦିବସରେ ଆଶ୍ରିବାଦ ଭିକ୍ଷା ଲାଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୁକିନ୍ଦାର ଅନେକ ଯୁବ ମୋର୍ଚ୍ଚା, ବରିଷ୍ଠ ବିଜେପି ନେତା ଯୋଗ ଦେଇ ପଦ୍ମଶ୍ରୀ ନନ୍ଦ ସାରଙ୍କର ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details