ଓଡିଶା

odisha

ETV Bharat / state

ନିଯୁକ୍ତି ମେଳା ନାଁରେ ପ୍ରଶାସନର ପ୍ରହସନ ଅଭିଯୋଗ - employment fair

ନିଯୁକ୍ତି ମେଳା ନାଁରେ ପ୍ରଶାସନର ପ୍ରହସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ବେ ନିଯୁକ୍ତି ମେଳାରେ କୌଣସି ଶିଳ୍ପାଞ୍ଚଳର ଅଧିକାରୀ ଯୋଗ ଦେଇନଥିବା ଅଭିଯୋଗ । ଅଧିକ ପଢନ୍ତୁ...

ନିଯୁକ୍ତି ମେଳା ନାଁରେ ପ୍ରଶାସନର ପ୍ରହସନ ଅଭିଯୋଗ
ନିଯୁକ୍ତି ମେଳା ନାଁରେ ପ୍ରଶାସନର ପ୍ରହସନ ଅଭିଯୋଗ

By

Published : Feb 19, 2020, 6:35 PM IST

ଯାଜପୁର: ନିଯୁକ୍ତି ମେଳା ନାଁରେ ପ୍ରଶାସନର ପ୍ରହସନ। ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ ମା’ ତାରିଣୀ ମହାବିଦ୍ୟାଳୟରେ ଆୟୋଜିତ ନିଯୁକ୍ତି ମେଳାରେ ଶିଳ୍ପାଞ୍ଚଳର ଅଧିକାରୀମାନେ ଯୋଗ ଦେଇନଥିବାରୁ ଦେଖାଦେଇଛି ଅସନ୍ତୋଷ । କଳିଙ୍ଗ ନଗର ଶିଳ୍ପାଞ୍ଚଳର ସମସ୍ତ କାରଖାନା ଅଧିକାରୀଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ହେଲେ କିଛି ଏଜେଣ୍ଟ ଏଥିରେ ଯୋଗ ଦେଇ ଆଶାୟୀ ପ୍ରାର୍ଥୀଙ୍କ ସାର୍ଟିଫିକେଟ ନକଲ ଧରି ଚାଲିଯାଇଥିବା ଅଭିଯୋଗ ହୋଇଛି ।

ନିଯୁକ୍ତି ମେଳା ନାଁରେ ପ୍ରଶାସନର ପ୍ରହସନ ଅଭିଯୋଗ

ଏହାସହ ସ୍ଥାନୀୟ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତ ଦିଆନଯାଇ, ବାହାର ଲୋକଙ୍କୁ ଥଇଥାନ କରାଯାଉଛି । ଫଳରେ ଏଠାକାର ପିଲା ଚାକିରୀ ନ ପାଇ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । କମ୍ପାନୀମାନେ ମଧ୍ୟ ଜିଲ୍ଲା ପ୍ରଶାସନ ନୋଟିସକୁ ବେଖାତିର କରୁଥିବା ଅଭିଯୋଗ ହୋଇଛି ।

ସେପଟେ, ମାଇକ୍ ଏବଂ ଲିଫଲେଟ ମାଧ୍ୟମରେ ପ୍ରାର୍ଥୀଙ୍କୁ ଜଣାଇବା ସହ ଜିଲ୍ଲାପାଳ ସବୁ ପ୍ଲାଣ୍ଟକୁ ଚିଠି ମାଧ୍ୟମରେ ଆସିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରଶାସନ କହିଛି। ଯେଉଁ ଶିଳ୍ପାନୁଷ୍ଠାନମାନେ ଜିଲ୍ଲାପାଳଙ୍କ ଚିଠି ପାଇ ମଧ୍ୟ ନିଯୁକ୍ତି ମେଳାରେ ଯୋଗ ଦେଇ ନାହାଁନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିଡ଼ି ଡିଆରଡିଏ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details