ଓଡିଶା

odisha

ETV Bharat / state

ବିଞ୍ଝାରପୁର ଅଞ୍ଚଳରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ଅଭିଯୋଗ, ତଦନ୍ତ ଦାବି

ପୁଣି ମୁଣ୍ଡ ଟେକିଲା ପ୍ଲାଷ୍ଟିକ ଅଣ୍ଡା ଆତଙ୍କ । ଅମଲେଟରେ ନିଆଁ ଲଗାଇଲେ ଜଳିବା ସହ ତରଳୁ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବିଞ୍ଝାରପୁର ଅଞ୍ଚଳରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ଅଭିଯୋଗ, ତଦନ୍ତ ଦାବି
ବିଞ୍ଝାରପୁର ଅଞ୍ଚଳରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ଅଭିଯୋଗ, ତଦନ୍ତ ଦାବି

By

Published : Jun 8, 2020, 10:16 AM IST

ଯାଜପୁର: ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ । ଗତ କିଛି ଦିନ ଧରି ଏହି ଅଞ୍ଚଳରେ ପ୍ଳାଷ୍ଟିକ ଅଣ୍ଡା କାରବାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଞ୍ଝାରପୁର ଚିକଣା ପଇରଖ ଗାଁରୁ ଆସିଛି ଏମିତି ଅଭିଯୋଗ ।

ବିଞ୍ଝାରପୁର ଅଞ୍ଚଳରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ଅଭିଯୋଗ, ତଦନ୍ତ ଦାବି

ଗାଁର ଚନ୍ଦ୍ରଶେଖର ମହାପାତ୍ର, ପାଖ ଦୋକାନରୁ ଅଣ୍ଡା କିଣି ଘରକୁ ଆଣିଥିଲେ । ଅଣ୍ଡା ସିଝାଇ ଖାଇବା ବେଳେ ଅଣ୍ଡାର କେସର ରଂଗ ହଳଦିଆ ବଦଳରେ ଧଳା ଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସନ୍ଦେହ ହେବାରୁ ଅଣ୍ଡା ଆଣିଥିବା ଦୋକାନିକୁ ଜଣାଇଥିଲେ । ଏପରିକି ଅଣ୍ଡା ଅମଲେଟକୁ ନିଆଁରେ ପୋଡିଲେ ନିଆଁ ଲାଗିବା ସହ ତରଳୁଥିବା ଦେଖିବାକୁ ମିଳିଛି ।

ଏହିପରି ଅଣ୍ଡା ମଧ୍ୟ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଯୋଗାଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ପ୍ଲାଷ୍ଟିକ ଅଣ୍ଡା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଲସେଲର । ଯାହାକୁ ନେଇ ଏହାର ଅଧିକ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନ ରଂଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details