ଓଡିଶା

odisha

ବିବାହ ପରେ ମହିଳାଙ୍କୁ ନିର୍ଯାତନା ଅଭିଯୋଗ, ପୋଲିସ ଉପସ୍ଥିତିରେ ଜବତ ହେଲା ଯୌତୁକ ସାମଗ୍ରୀ

By

Published : Mar 5, 2021, 6:49 AM IST

ବିବାହ ପରେ ସ୍ବାମୀ, ଶାଶୁ, ଶ୍ବଶୁରଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ମହିଳା । ମହିଳା ଥାନା ପୋଲିସ ଉପସ୍ଥିତିରେ ଜବତ ହେଲା ଯୌତୁକ ସାମଗ୍ରୀ । ଅଧିକ ପଢନ୍ତୁ....

ବିବାହ ପରେ ମହିଳାଙ୍କୁ ନିର୍ଯାତନା ଅଭିଯୋଗ , ମହିଳା ଥାନା ପୋଲିସ ଉପସ୍ଥତିରେ ଜବତ ହେଲା ଯୌତୁକ ସାମଗ୍ରୀ
ବିବାହ ପରେ ମହିଳାଙ୍କୁ ନିର୍ଯାତନା ଅଭିଯୋଗ , ମହିଳା ଥାନା ପୋଲିସ ଉପସ୍ଥତିରେ ଜବତ ହେଲା ଯୌତୁକ ସାମଗ୍ରୀବିବାହ ପରେ ମହିଳାଙ୍କୁ ନିର୍ଯାତନା ଅଭିଯୋଗ , ମହିଳା ଥାନା ପୋଲିସ ଉପସ୍ଥତିରେ ଜବତ ହେଲା ଯୌତୁକ ସାମଗ୍ରୀବିବାହ ପରେ ମହିଳାଙ୍କୁ ନିର୍ଯାତନା ଅଭିଯୋଗ , ମହିଳା ଥାନା ପୋଲିସ ଉପସ୍ଥତିରେ ଜବତ ହେଲା ଯୌତୁକ ସାମଗ୍ରୀ

ଯାଜପୁର: ବିବାହ ପରେ ସ୍ବାମୀ, ଶାଶୁ, ଶ୍ବଶୁରଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ମହିଳା। ଏନେଇ ବାପଘର ଲୋକେ ଭୁବନେଶ୍ବର ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ମହିଳା ଥାନା ପୋଲିସ୍ ପହଞ୍ଚି ଶାଶୁଘରୁ ସମସ୍ତ ଯୌତୁକ ସାମଗ୍ରୀ ଜବତ କରିବା ସହ ବାପଘର ଲୋକଙ୍କୁ ହସ୍ତାନ୍ତର କରିଛି । ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ଚୋରଦା ଛକ ନିକଟସ୍ଥ ବ୍ୟାସବିହାର ଅଞ୍ଚଳରେ ।

ମହିଳାଙ୍କୁ ନିର୍ଯାତନା

ସୂଚନା ମୁତାବକ ପ୍ରାୟ 2ବର୍ଷ ତଳେ ଯାଜପୁର ବ୍ୟାସବିହାର ଅଞ୍ଚଳର କୃପାସିନ୍ଧୁ ନାୟକଙ୍କ ପୁଅ ଶୁଭେନ୍ଦୁ ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ ଅଞ୍ଚଳର ସାତଷୋଳା ଗ୍ରାମର ମନୋଜ ସାହୁଙ୍କ ଝିଅ ନିହାରିକାଙ୍କୁ ପ୍ରେମକରି ବୈଦିକ ରିତିନୀତିରେ ବିବାହ କରିଥିଲେ । ବିବାହର କିଛିଦିନ ପରେ ଶୁଭେନ୍ଦୁଙ୍କର ଅନ୍ୟ କାହା ସହିତ ପ୍ରେମ ସମ୍ପର୍କ ଥିବା ଅଭିଯୋଗରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା ।

ଏପରିକି ଅଧିକ ଯୌତୁକ ଦାବିକରି ସ୍ବାମୀ ଓ ପରିବାରର ଅନ୍ୟମାନେ ବାରମ୍ବାର ନିହାରିକାଙ୍କୁ ନିର୍ଯ୍ୟାତନା ଦେଇଆସିଥିବା ସେ ଅଭିଯୋଗ କରିଥିଲେ । ଫଳରେ ନିହାରିକା ଶାଶୁଘର ଛାଡି ବାପଘରକୁ ପଳାଇଯାଇଥିଲେ । ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ଏଠାରୁ କୌଣସି ନ୍ୟାୟ ନମିଳିବାରୁ ସେ ନ୍ୟାୟାଳୟର ମଧ୍ୟ ଆଶ୍ରୟ ନେଇଥିଲେ ।

ତେବେ ନିକଟରେ ଏନେଇ ସେ ଭୁବନେଶ୍ବରର ମହିଳା ଥାନାର ଦ୍ବାରସ୍ଥ ହେବାପରେ ମହିଳା ଥାନା ପୋଲିସ୍ ଆଜି ଏଠାରେ ପହଞ୍ଚି ସମସ୍ତ ଯୌତୁକ ସାମଗ୍ରୀ ଜବତ କରିଛି। ତେବେ ଯୌତୁକରେ ଦିଆଯାଇଥିବା 10ଲକ୍ଷ ଟଙ୍କାର ଏକ ବଣ୍ଡ ଏବଂ ପ୍ରାୟ 30 ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ନିହାରିକାଙ୍କ ପରିବାର ଦାବି କରିଥିଲେ ମଧ୍ୟ ଏହାର କୌଣସି ସନ୍ଧାନ ମିଳିନଥିଲା । ସେପଟେ ଶାଶୁଘର ଲୋକେ ମଧ୍ୟ ନିହାରିକା ଏବଂ ତାଙ୍କ ପରିବାର ଲୋକେ ସେମାନଙ୍କ ନାମରେ କରିଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । ସେମାନେ ଏଭଳି ପରିସ୍ଥିତି ପାଇଁ ନିହାରିକାଙ୍କୁ ଦାୟୀ କରିଛନ୍ତି । ଏଥିସହ ପୋଲିସ୍ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details