ଯାଜପୁର: ବିଞ୍ଝାରପୁର ଥାନା ରଣପୁର ଗାଁରେ ପ୍ରେମ ବିବାହ ଘଟଣା ପରେ କନ୍ୟା ପକ୍ଷ ବର ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୁଅର ପରିବାର ପାଣିକୋଇଲି ଏସପିଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିବା ଜଣାପଡିଛି ।
ସୂଚନା ମୁତାବକ ଗତ ରଣପୁର ଗାଁର ଶରତ ମଲ୍ଲିକଙ୍କ ଝିଅ ସରୋଜିନୀ ସେହି ଗାଁର ବିଜୟ ମଲ୍ଲିକଙ୍କ ପୁଅ ରାକେଶକୁ ପ୍ରେମ କରୁଥିଲେ । ଏକଥା ଝିଅ ଘର ପକ୍ଷରୁ ଜାଣିବା ପରେ ଅନ୍ୟତ୍ର ଝିଅର ବିବାହ ପାଇଁ କରାଇବା ପାଇଁ ଚେଷ୍ଟା କରିଥିଲେ । ପରେ ପ୍ରେମୀଯୁଗଳ ଗତ ୪ ତାରିଖ ଦିନ ଘରୁ ଫେରାର ହୋଇ ଅନ୍ୟତ୍ର ଏକ ମନ୍ଦିରରେ ବିବାହ କରିଥିଲେ । ବିବାହ ଖବର ପାଇବା ପରେ ଝିଅ ପକ୍ଷ ପୁଅର ବାପା ବିଜୟଙ୍କୁ ମାରଧର କରି ଝିଅକୁ ଫେରାଇବା ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏନେଇ ବିଜୟଙ୍କ ପରିବାର ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପରିବାରକୁ ନ୍ୟାୟ ନଦେବା ଫଳରେ ଆଜି ନ୍ୟାୟ ପାଇଁ ପାଣିକୋଇଲିସ୍ଥିତ ଏସପି କାର୍ଯ୍ୟାଳୟରେ ପହଞ୍ଚି ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ବିଜୟଙ୍କ ପରିବାର ।