ଓଡିଶା

odisha

ETV Bharat / state

ପାସେଞ୍ଜର ଆମେନିଟିଜ୍ କମିଟିର ଯାଜପୁର ରୋଡ଼ ରେଳଷ୍ଟେସନ ପରିଦର୍ଶନ - ଯାଜପୁର ରୋଡ଼ ରେଳଷ୍ଟେସନ ପରିଦର୍ଶନରେ ପିଏସି

ରେଳବାଇର ସର୍ବଭାରତୀୟସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟିର ଯାଜପୁର ରୋଡ଼ ରେଳଷ୍ଟେସନ ପରିଦର୍ଶନ । ଯାତ୍ରୀ ସୁବିଧା ସମ୍ପର୍କରେ କଲେ ଯାଞ୍ଚ । ଅଧିକ ପଢନ୍ତୁ...

ପାସେଞ୍ଜର ଆମେନିଟିଜ୍ କମିଟିର ଯାଜପୁର ରୋଡ଼ ରେଳଷ୍ଟେସନ ପରିଦର୍ଶନ
ପାସେଞ୍ଜର ଆମେନିଟିଜ୍ କମିଟିର ଯାଜପୁର ରୋଡ଼ ରେଳଷ୍ଟେସନ ପରିଦର୍ଶନ

By

Published : Sep 27, 2021, 10:13 PM IST

ଯାଜପୁର: ଆଜି(ସୋମବାର) ପାସେଞ୍ଜର ଆମେନିଟିଜ୍ କମିଟିର କନଭେନର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ବରେ କମିଟିର ସଦସ୍ୟ ଅଜୟ ଯାଦବ, ଅଭିଜିତ ଦାସ, ରାମ କୁମାର ପାହାନ, ଅଭିଳାଷ ପାଣ୍ଡେ, ବିଚିତ୍ର ନାରାୟଣ କାଲିଟା ଓ ସୁନିଲ ରାମ ପ୍ରମୁଖ ଏକ ୭ ଜଣିଆ ଟିମ ଯାଜପୁର ରୋଡ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଏଥିସହିତ ଯାଜପୁର ରୋଡ ରେଳ ଷ୍ଟେସନର ବିକାଶ ଯାତ୍ରୀମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଏହି ଟିମ ଯାଞ୍ଚ କରିଥିଲେ ।

ପାସେଞ୍ଜର ଆମେନିଟିଜ୍ କମିଟିର ଯାଜପୁର ରୋଡ଼ ରେଳଷ୍ଟେସନ ପରିଦର୍ଶନ

ଏଥିସହିତ ଯାଞ୍ଚ ପରେ ଖୋର୍ଦ୍ଧା ଏଡିଆରଏମ କଲ୍ୟାଣ ପଟ୍ଟନାୟକ ଓ ଅନ୍ୟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ରେଳ ଷ୍ଟେସନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲା ଏହି କମିଟି । ତେବେ ରେଳ ବିଭାର ପାସେଞ୍ଜର ଆମେନିଟିଜ୍ କମିଟି ଆସୁଥିବା ଶୁଣି ବ୍ୟାସନଗର ବିଜେପି ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ପୂର୍ବତନ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ, ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା, ବିଜେପି ନେତା ଅଯୋଧ୍ୟାନାଥ ଜେନା, ମନୋଜ କୁମାର ଦାସଙ୍କ ନେତୃତ୍ବରେ ଅନେକ ବିଜେପି କର୍ମକର୍ତ୍ତା ଯୋଗ ଦେଇ ଏହି କମିଟିକୁ ସ୍ଵାଗତ କରିବା ସହିତ ରେଳ ଷ୍ଟେସନର ଅନେକ ସମସ୍ୟା ସମାଧାନ ଦାବିରେ ଏକ ଦାବିପତ୍ର କମିଟିକୁ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details