ଓଡିଶା

odisha

ETV Bharat / state

କୋରେଇ ଦଖଲ ପାଇଁ କସରତ; ବିଜେପି-କଂଗ୍ରେସ ଘୋଷଣା କଲେ ପ୍ରାର୍ଥୀ - candidate

କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବ୍ୟାସନଗର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା। ବନ୍ଦିତା ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ଯାଉଥିବାବେଳେ ଆଜି କୋରେଇର ଅନେକ ଦଳୀୟ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Mar 23, 2019, 9:27 PM IST

ଯାଜପୁର: ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳଙ୍କ ଚାଲିଛି ଟିକେଟ ଘୋଷଣା । ଟିକେଟକୁ ନେଇ ସବୁ ରାଜନୈତିକ ଦଳଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବାବେଳେ ଗତକାଲି ଉଭୟ ବିଜେପି ଓ କଂଗ୍ରେସ ପୁଣି ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ତାଲିକାରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବିଜେପି ପକ୍ଷରୁ ବିଶ୍ୱଜିତ ନାୟକ ଏବଂ କଂଗ୍ରେସ ପକ୍ଷରୁ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡାଙ୍କୁ ଦଳ ଟିକେଟ ଦେଇଛି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖା ଦେଇଛି। ଚଳିତ ନିର୍ବାଚନରେ କୋରେଇର ମୌଳିକ ସମସ୍ୟା ଓ ଦୁର୍ନିତୀକୁ ପ୍ରସଙ୍ଗ କରି ନିର୍ଵାଚନୀ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଶ୍ୱଜିତ । ଆଜି ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ଦଳୀୟ କର୍ମୀ ଭେଟି ଶୁଭେଚ୍ଛା ଜଣାଉଛନ୍ତି।

ସେହିପରି କୋରେଇ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବ୍ୟାସନଗର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା। ବନ୍ଦିତା ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ଯାଉଥିବା ବେଳେ ଆଜି କୋରେଇର ଅନେକ ଦଳୀୟ କର୍ମକର୍ତ୍ତାଶୁଭେଚ୍ଛାଜଣାଇଛନ୍ତି।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details