ଯାଜପୁର:ବିଞ୍ଝାରପୁରରେ ପିହୁ ଅପହରଣ ପରେ ଏବେ ଜିଲ୍ଲାରେ ଆଉ ଏକ ଶିଶୁ ପୁତ୍ର ନିଖୋଜ ଘଟଣା ସାମ୍ନାକୁ ଆସିଛି। ଚଣ୍ଡିଖୋଲ ସୁଙ୍ଗୁଡା ନିକଟ ରସୁଲିପୁର ଆଦିବାସୀ ବସ୍ତିରୁ 4 ବର୍ଷର ଶିଶୁପୁତ୍ର ଚିଣ୍ଟୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି।
ଗତ ଗୁରୁବାର ବାହାରେ ବୁଲା ବୁଲି କରୁଥିବା ବେଳେ ଅପରାହ୍ନରେ ସେ ନିଖୋଜ ହୋଇ ଯାଇଛି । ଏନେଇ ପରିବାର ଲୋକେ ବହୁ ଆଡେ ଖୋଜା ଖୋଜି ପରେ ଶିଶୁପୁତ୍ର ନ ମିଳିବାରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଫାଣ୍ଡି ଅଧିକାରୀ ଓ ବଡଚଣା ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ 3 ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିନି ।