ଓଡିଶା

odisha

ETV Bharat / state

ଯାଜପୁରରେ ବଢୁଛି କୋରୋନା; ଦିନକରେ 151 ମାମଲା ଚିହ୍ନଟ, ମୋଟ 7506କୁ ବୃଦ୍ଧି - ଯାଜପୁର ଜିଲ୍ଲା

ରାଜ୍ୟରେ ବେକାବୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଯାଜପୁର ଜିଲ୍ଲାରେ ମଧ୍ୟ କୋରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ଦିନରେ ଆଜି 151 ଜଣ ପଜିଟିଭ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7506 କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

again 151 corona identify in jajpur today, tota rises to 7506
ଯାଜପୁରରେ ବେକାବୁ କୋରୋନା, ଦିନକରେ 151 ମାମଲା ଚିହ୍ନଟ, ମୋଟ 7506କୁ ବୃଦ୍ଧି

By

Published : Sep 24, 2020, 2:07 PM IST

ଯାଜପୁର: ରାଜ୍ୟରେ ବେକାବୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଯାଜପୁର ଜିଲ୍ଲାରେ ମଧ୍ୟ କୋରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଜିଲ୍ଲାରେ ଗତକାଲି 201 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି151 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 7506 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ସେଥି ମଧ୍ୟରୁ 5751 ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ବଢିଚାଲିଥିବା କୋରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଯାଜପୁରରେ ବେକାବୁ କୋରୋନା, ଦିନକରେ 151 ମାମଲା ଚିହ୍ନଟ, ମୋଟ 7506କୁ ବୃଦ୍ଧି

ଜିଲ୍ଲାରେ ୩୫୫ଜଣ ମନିଟରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଟ୍ରେସିଂ ଓ ଆୱାରନେସ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ସେହିପରି ଜିଲ୍ଲାରେ ୪ ଗୋଟି ଫିବର କ୍ଲିନିକ ଖୋଲାଯାଇ ଥଣ୍ଡା, ଜ୍ବର ଓ କାଶ ହେଉଥିବା ରୋଗୀଙ୍କର ମାଗଣା ଚିକିତ୍ସା କରାଯାଉଛି । ଅଗକୁ ଏଭଳି ଫିବର କ୍ଲିନିକର ସଂଖ୍ୟାକୁ ବୃଦ୍ଧି କରାଯାଇ ପ୍ରତ୍ୟେକ ବ୍ଲକ ହେଡକ୍ବାର୍ଟରରେ ଖୋଲାଯିବାର ବ୍ୟବସ୍ଥା କରାଯାଉଛି । ପଜିଟିଭ ସଂଖ୍ୟାକୁ ନେଇ ବିଭିନ୍ନ ଗାଁକୁ ରେଡ ଜୋନ ଓ ଗ୍ରୀନ ଜୋନ ଭାବେ ଘୋଷଣା କରାଯାଇ ଅଧିକରୁ ଅଧିକ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି ।

କୋଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଲୋକଙ୍କ ସହଯୋଗ ରହିଲେ ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ ଜିଲ୍ଲାରେ କୋରୋନାକୁ ହ୍ରାସ କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details