ଓଡିଶା

odisha

By

Published : May 26, 2021, 5:49 PM IST

Updated : May 26, 2021, 6:31 PM IST

ETV Bharat / state

ୟସ ଲ୍ୟାଣ୍ଡଫଲ ପରେ ଯାଜପୁରରେ ପ୍ରବଳ ବର୍ଷା-ପବନ ଆରମ୍ଭ

ବାତ୍ୟା ୟସ ଲ୍ୟାଣ୍ଡଫଲ ହେବା ପରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ବହିବା ଆରମ୍ଭ ହୋଇଛି । କେତେକ ସ୍ଥାନରେ ଗଛ ଉପୁଡିବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ୟସ ଲ୍ୟାଣ୍ଡଫଲ ପରେ ଯାଜପୁରରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ
ୟସ ଲ୍ୟାଣ୍ଡଫଲ ପରେ ଯାଜପୁରରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ

ଯାଜପୁର: ବାତ୍ୟା ୟସ ଲ୍ୟାଣ୍ଡଫଲ ହେବା ପରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ବହିବା ଆରମ୍ଭ ହୋଇଛି । କେତେକ ସ୍ଥାନରେ ଗଛ ଉପୁଡିବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଦଶରଥପୁର ବ୍ଲକ ଦୁବକଣ ଗାଁର ଗୋଲଖ ବାରିକଙ୍କ ଘର ଉପରେ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଯାଜପୁର ସହରର ହାବେଳୀ ବଜାରରେ ଟିଣ ଉଡି ଯାଇଥିବା ଦେଖିବାକୁ ମିଳିଛି ।

ୟସ ଲ୍ୟାଣ୍ଡଫଲ ପରେ ଯାଜପୁରରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ

ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତ ନୀଳକଣ୍ଠପୁରରେ ବୃଦ୍ଧା ଓ ଶିଶୁଙ୍କୁ ଉଦ୍ଧାର କରିଛି ଏନଡିଆରଏଫ । ଯାଜପୁର ବ୍ଲକ ନାଥସାହି ଗାଁ ନିକଟରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବ୍ୟାସନଗର ପୌର ପରିଷଦର ବୀଣାପାଣି ସାହି, ଡାକ୍ତରଖାନା ରୋଡରେ ଗଛ ଭାଙ୍ଗିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମି ରହି କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଛି ।

ୟସ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ବିଭିନ୍ନ ବ୍ଲକରେ 33 ହଜାର 357 ଜଣଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ଉଦ୍ଧାର କରାଯାଇ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ, ସ୍କୁଲଘର ଓ ପଞ୍ଚାୟତ ଗୃହ ଆଦିରେ ନେଇ ରଖାଯାଇଛି । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଉଛି । ସେପଟେ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଗତକାଲି ରାତି 12ଟାରୁ 16ନଂ ଜାତୀୟ ରାଜପଥରେ ଚଣ୍ଡିଖୋଲରୁ ବାଲେଶ୍ବରକୁ ଗାଡି ଚଳାଚଳ ବନ୍ଦ ରହିଛି ।

ଦିନ 12 ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ, ଓଡ୍ରାଫ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଯାଜପୁର, ଦଶରଥପୁର, ବିଞ୍ଝାରପୁର, ବରୀ ଏବଂ କୋରେଇ ବ୍ଲକର କିଛି ଅଞ୍ଚଳରେ ବାତ୍ୟାର ପ୍ରଭାବ ଅଧିକ ପଡିବ ବୋଲି ଅନୁମାନ କରାଯାଉଛି । କେବଳ ଦଶରଥପୁର ବ୍ଲକରୁ 7 ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀରେ ଜେନେରେଟର ସହିତ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି । ସେହିପରି ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡ଼ିକରେ ମଧ୍ୟ ସମାନ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାତ୍ୟାର ପ୍ରଭାବ କମିବାର 24 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : May 26, 2021, 6:31 PM IST

ABOUT THE AUTHOR

...view details