ଓଡିଶା

odisha

ETV Bharat / state

ଦୁଃଖଦୁର୍ଦ୍ଦଶାରେ 32 ବର୍ଷିୟ ଭିନ୍ନକ୍ଷମ ଅଦୈତ୍ୟଙ୍କ ପରିବାର - handicapped adwita

ଦୁଃଖଦୁର୍ଦ୍ଦଶାରେ କାଳ କାଟୁଛନ୍ତି 32 ବର୍ଷିୟ ଭିନ୍ନକ୍ଷମ ଅଦୈତ୍ୟଙ୍କ ପରିବାର । ଉଠିବାକୁ ନା ଅଛି ଶକ୍ତି, ନା ଆଖିକୁ ଭଲଭାବରେ ଦେଖାଯାଉଛି । ଯେଉଁ ବୟସରେ ପରିବାରର ବୋଝ ମୁଣ୍ଡାଇବା କଥା, ସେହି ବୟସରେ ଆଜି ସେ ପରିବାର ଉପରେ ନିର୍ଭରଶୀଳ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ମିର୍ଜାପୁର ଗ୍ରାମରେ । ଅଧିକ ପଢନ୍ତୁ...

ଦୁଃଖଦୁର୍ଦ୍ଦଶାରେ 32 ବର୍ଷିୟ ଭିନ୍ନକ୍ଷମ ଅଦୈତ୍ୟଙ୍କ ପରିବାର
ଦୁଃଖଦୁର୍ଦ୍ଦଶାରେ 32 ବର୍ଷିୟ ଭିନ୍ନକ୍ଷମ ଅଦୈତ୍ୟଙ୍କ ପରିବାର

By

Published : Aug 9, 2021, 3:19 PM IST

ଯାଜପୁର: ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଜନ୍ମ ପୂର୍ବରୁ ଆରମ୍ଭ କରି ମୃତ୍ୟୁ ପର ପର୍ଯ୍ୟନ୍ତ ଯୋଜନା ମାଳମାଳ । ହେଲେ ଏହି ଯୋଜନାର ସୁଫଳ କିଏ ପାଉଛି ବା ନପାଉଛି ତାହାର ତର୍ଜମା କରାଯାଉନି । 80 ଭାଗ ଦିବ୍ୟାଙ୍ଗ, ଯାହାର ଉଠିବାର ଶକ୍ତି ନାହିଁ, ଅନ୍ୟର ସାହାରା ବିନା ଯେ ଉଠିବସି ପାରେନା, ତାପାଖରେ କିନ୍ତୁ ସରକାର ଯୋଜନା ଅପହଞ୍ଚ ସାଜିଛି । ଦୁଃଖଦୁର୍ଦ୍ଦଶାରେ କାଳ କାଟୁଛନ୍ତି ଏହି ଭିନ୍ନକ୍ଷମ ପରିବାର । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ମିର୍ଜାପୁର ଗ୍ରାମରେ । ଏହା ଗ୍ରାମର ରବିନ୍ଦ୍ର ମଳିକଙ୍କ ପୁଅ ଅଦୈତ୍ୟ ହେଉଛନ୍ତି 32ବର୍ଷୀୟ ସେହି ଭିନ୍ନକ୍ଷମ ଯୁବକ ।

ଦୁଃଖଦୁର୍ଦ୍ଦଶାରେ 32 ବର୍ଷିୟ ଭିନ୍ନକ୍ଷମ ଅଦୈତ୍ୟଙ୍କ ପରିବାର

32 ବର୍ଷର ଭେଣ୍ଡିଆ ପୁଅ । ଉଠିବାକୁ ନା ଅଛି ଶକ୍ତି, ନା ଆଖିକୁ ଭଲଭାବରେ ଦେଖାଯାଉଛି । ଯେଉଁ ବୟସରେ ପରିବାରର ବୋଝ ମୁଣ୍ଡାଇବା କଥା, ସେହି ବୟସରେ ଆଜି ସେ ପରିବାର ଉପରେ ନିର୍ଭରଶୀଳ । ଅନ୍ୟର ସାହାଯ୍ୟ ବିନା ଉଠିବସି ପାରୁନଥିବାବେଳେ ତାଙ୍କୁ ଏଯାଏଁ ମିଳିନି କୌଣସି ସରକାରୀ ସହାୟତା । ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ସାଜି ବେସାହାରା ହୋଇପଡିଛନ୍ତି ଅଦୈତ୍ୟ । ବାପା ରବିନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମାତ୍ର ୧୦ ବର୍ଷ ବୟସରେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଗଲେ ଅଦୈତ୍ୟ । ଆଉ ରବିନ୍ଦ୍ର ପୁଅକୁ ଭଲ କରିବାକୁ ଧାର, କରଜ କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ରୋଗ ଜାଣି ନପାରି ଫେରାଇ ଦେଲେ । ଫଳରେ ସେହି ଦିନଠୁ ଅକ୍ଷମ ହୋଇଗଲେ ଅଦୈତ୍ୟ । ଏଭଳି ଅବସ୍ଥାରେ ଏବେ ଲିଭର ସମସ୍ୟା ସହ ପାଇଲ୍ସ ରୋଗରେ ମଧ୍ୟ ସେ ପୀଡ଼ିତ । ସରକାରୀ ସହାୟତା କହିଲେ କେବଳ ମିଳୁଛି ଭତ୍ତାକୁ 5 କେଜି ଚାଉଳ । ବାରମ୍ବାର ଅନୁରୋଧ ସତ୍ତ୍ବେ ବି ମିଳୁନି ହୁଇଲ ଚେୟାର କି ଅନ୍ତୋର୍ଦୟ କାର୍ଡ । ଆବାସ ଯୋଜନା ମଧ୍ୟ ଅପହଞ୍ଚ । ସେପଟେ ଏନେଇ ଜାଣିବା ପରେ ଅଦୈତ୍ୟଙ୍କୁ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି ବିଡିଓ ।


ଏବେ ଅଦୈତ ଏବଂ ତାର ପରିବାରକୁ ସାମାଜିକ ସୁରକ୍ଷା ଓ ସହାୟତା ପ୍ରଦାନ କରାଗଲେ ଏମାନେ ଟିକେ ଭଲରେ ବଞ୍ଚିପାରନ୍ତେ । ତେବେ ଏଥିପାଇଁ ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଉଛି ତାହା କେବଳ ଦେଖିବାକୁ ବାକି ରହିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details