ଓଡିଶା

odisha

By

Published : Oct 20, 2019, 11:20 PM IST

ETV Bharat / state

ପ୍ରେମ ନେଉଛି ପ୍ରାଣ ! ଦେଢ ମାସରେ 3 କର୍ମଜୀବୀ ମହିଳାଙ୍କ ମୃତ୍ୟୁ

ରାଜ୍ୟରେ 3ଟି ମୃତ୍ୟୁକୁ ନେଇ ଚର୍ଚ୍ଚା । ପ୍ରଥମେ ନର୍ସ ନିହାରିକା, ପରେ ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ପରେ ଏବେ ଆଇନଜୀବୀ ଦୀପାଳି । ଅଧିକ ପଢନ୍ତୁ....

ପ୍ରେମ ନେଉଛି ପ୍ରାଣ! ଦେଢ ମାସରେ 3 କର୍ମଜୀବୀ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର: ଦେଢ ମାସ ଭିତରେ ତିନି ତିନୋଟି ମର୍ଡର । ପ୍ରେମ, ପ୍ରତାରଣା ଆଉ ତାପରେ ହତ୍ୟା । ନର୍ସ ନିହାରିକା ଓ ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ପରେ ରାଜ୍ୟରେ ଆଉ ଏକ ଚାଞ୍ଚଲ୍ୟ । ରାଜଧାନୀର ବନ୍ଦ କୋଠରୀରୁ ଲେଡି ଆଡଭୋକେଟଙ୍କ ମୃତଦେହ ଉଦ୍ଧାର । ମୃତ ଆଇନଜୀବୀ ହେଲେ ଦୀପାଳି ପ୍ରିୟଦର୍ଶିନୀ ।

ପ୍ରେମ ନେଉଛି ପ୍ରାଣ! ଦେଢ ମାସରେ 3 କର୍ମଜୀବୀ ମହିଳାଙ୍କ ମୃତ୍ୟୁ

ଧଉଳୀ ଥାନା ଅନ୍ତର୍ଗତ ଇନ୍ଦିରା କଲୋନିର ପ୍ଲଟ ନମ୍ବର 3/2ରୁ ମିଳିଛି ଦୀପାଳିଙ୍କ ସନ୍ଦେହ ଜଣକ ମୃତଦେହ । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ସୁଚିନ୍ତିତ ହତ୍ୟାକାଣ୍ଡ ତାକୁ ନେଇ ବଢିବାରେ ଲାଗିଛି ସସପେନ୍ସ । ଏପଟେ ଦୀପାଳିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକେ ।


ଗତ 17 ସେପ୍ଟେମ୍ବର ଦିନ ଶାନ୍ତ ଥିବା ବିଲୁଆଖାଇ ନଦୀ ପଠା ହଠାତ୍ ଅଶାନ୍ତ ହୋଇପଡିଥିଲା । ସେଠାରୁ ହିଁ ଉଦ୍ଧାର ହୋଇଥିଲା ନର୍ସ ନିହାରିକାଙ୍କ ମୃତଦେହ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହେବା ପରେ ହତ୍ୟାକାରୀ ରାଜାକୁ ଗିରଫ କରିଥିଲା ପୋଲିସ । ସେହିପରି 16 ଅକ୍ଟୋବରରେ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହୋଇଥିଲା ଧର୍ମଶାଳା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ । ସ୍ମିତାଙ୍କ ମୃତ୍ୟୁ ଉପରୁ ପରଦା ହଟିବାର 24ଘଣ୍ଟା ନ ବିତୁଣୁ ପୁଣି ଜଣେ ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏପଟେ ଦୀପାଳିଙ୍କ ମୃତ୍ୟୁ ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭୁବନେଶ୍ବର ବାର ଆସୋସିଏସନ ।

ସମାନ ଢଙ୍ଗରେ ଆଉ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ଚର୍ଚ୍ଚାରେ କର୍ମଜୀବୀ ମହିଳାଙ୍କ ପ୍ରେମ । ତେବେ ପୂର୍ବରୁ ଦୁଇ ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାଶ ହୋଇଥିବା ବେଳେ ତଦନ୍ତ ପରେ ଦୀପାଳୀ ମୃତ୍ୟୁର ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

ଭୁବନେଶ୍ବରରୁ ତାପସ ପରିଡା, ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details