ଓଡିଶା

odisha

By

Published : Oct 21, 2019, 12:06 AM IST

ETV Bharat / state

ସସପେନ୍ସରେ ସ୍ମିତାରାଣୀ ମୃତ୍ୟୁ ମାମଲା: ସୋମବାର ଯାଜପୁର ବନ୍ଦ

ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଜୋର ଧରିଛି ରାଜନୀତି । ଏହି ଘଟଣାରେ ଏସପିଙ୍କ ପ୍ରେସ ବିବୃତ୍ତିକୁ ନେଇ ସରଗରମ ହୋଇଛି ରାଜନୀତି । ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏହାର ଖୁଲାସା କରିବା ପରେ ଜୋର ଧରିଛି ରାଜନୀତି । ଅଧିକ ପଢନ୍ତୁ...

ସ୍ମିତାରାଣୀ ମୃତ୍ୟୁଙ୍କୁ ନେଇ ରାଜନୀତି, ସୋମବାର ବିଜେପିର ବନ୍ଦ ଡାକରା

ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ଆତ୍ମହତ୍ୟା ଘଟଣାରେ ଏସପିଙ୍କ ପ୍ରେସ ବିବୃତ୍ତିକୁ ନେଇ ସରଗରମ ହୋଇଛି ରାଜନୀତି । ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏହାର ଖୁଲାସା କରିବା ପରେ ଜୋର ଧରିଛି ରାଜନୀତି । ସ୍ମିତିରାଣୀ ଆତ୍ମହତ୍ୟା କରିବା ଏବଂ ତାଙ୍କ ସହ ରୂପେସ ଭଦ୍ରଙ୍କ ଅନୈତିକ ସମ୍ପର୍କ ଥିବା ଏବଂ ରୂପେସ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ସାମ୍ବାଦିକ ସମ୍ମିଳନୀରେ ଦର୍ଶାଯାଇଥିଲା । ଯାହାକୁ ଏକ ମନଗଢା କାହାଣୀ ବୋଲି ବିଜେପି କହୁଛି । ଏହାର ପ୍ରତିବାଦରେ ଆସନ୍ତାକାଲି ବିଜେପି ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ମଧ୍ୟ ଦିଆଯାଇଛି । କଂଗ୍ରେସ ମଧ୍ୟ ଆନ୍ଦୋଳନ ପାଇଁ ପାଗ ଭିଡୁଛି । ବିଜେଡି କିନ୍ତୁ ରହିଛି ନିରବ । ସେପଟେ ସ୍ମିତାରାଣୀଙ୍କ ବାପା ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ନପାରି ସିବିଆଇ ତଦନ୍ତ ଦାବୀ କରିଛନ୍ତି ।

ସ୍ମିତାରାଣୀ ମୃତ୍ୟୁଙ୍କୁ ନେଇ ରାଜନୀତି, ସୋମବାର ବିଜେପିର ବନ୍ଦ ଡାକରା

ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଜୋର ଧରିଛି ରାଜନୀତି । ସସପେନ୍ସରେ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ଥିବାବେଳେ ଏସପିଙ୍କ ବିବୃତ୍ତି ପରେ ଜଟିଳ ହୋଇଛି ପରିସ୍ଥିତି । ଆଉ ଏହାର ପ୍ରତିବାଦରେ ସୋମବାର ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି । ପ୍ରାଥମିକ ତଦନ୍ତ ସମୟରେ କୋହଳ ଦଫା ଲଗାଇ ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥିବା ବି ଅଭିଯୋଗ କରିଛନ୍ତି ଆଇନଜୀବୀ।

ସେପେଟ ପ୍ରଥମଥର ଏହି ମାମଲାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ସରପଞ୍ଚ ସ୍ତ୍ରୀ । ସ୍ବାମୀ ନିର୍ଦ୍ଦୋଷ ଓ ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ସରପଞ୍ଚ । ଗତ ଶନିବାର ଏସପି ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ କରିବା ସହ ଅନୈତିକ ସମ୍ପର୍କ ଯୋଗୁଁ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଥିଲେ । ଯାହାକୁ ନେଇ ବିବାଦ ବଢୁଥିବାବେଳେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ମିତାରାଣୀଙ୍କ ପରିବାର ।

ସନ୍ଦେହ ଘେରରେ ସ୍ମିତାରାଣୀ ମୃତ୍ୟୁ ମାମଲା । ସୋମବାର ବିଜେପିର ଜିଲ୍ଲା ବ୍ୟାପି ବନ୍ଦ ଡାକରା ଏବଂ କଂଗ୍ରେସର ଆନ୍ଦୋଳନ ଚେତାବନୀ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀକୁ କେତେଦୂର ଫଳପ୍ରଦ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details