ଓଡିଶା

odisha

ETV Bharat / state

ଆଠ ଦଫା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଉ - ଶ୍ରମିକଙ୍କ ବକେୟା ଦରମା ପ୍ରଦାନ

105 ଜଣ କୁଶଳୀ ଶ୍ରମିକଙ୍କୁ ଛଟେଇର ପ୍ରତିବାଦ ଏବଂ ପୁନଃନିଯୁକ୍ତି, ଅବସର ଗ୍ରହଣ ପରେ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମାନଙ୍କ ବକେୟା ଦରମା ପ୍ରଦାନ ଆଦି ଆଠ ଦଫା ଦାବିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଓ
ଆଠ ଦଫା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଓ

By

Published : Nov 26, 2019, 6:35 PM IST

ଯାଜପୁର: ଭାରତୀୟ ମଜଦୁର ସଙ୍ଘର ଶାଖା ତଥା ଯାଜପୁର ଜିଲ୍ଲା ଫେରୋକ୍ରମ ଛଟେଇ ସଙ୍ଘ ପକ୍ଷରୁ ମଙ୍ଗଳବାର ଏକ ବିଶାଳ ରାଲି ଆସି କଳିଙ୍ଗ ନଗର ଏଡିଏମ୍‌ ଅଫିସ୍ ଘେରାଓ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଠ ଦଫା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଓ

ତେବେ 105 ଜଣ କୁଶଳୀ ଶ୍ରମିକଙ୍କୁ ଛଟେଇର ପ୍ରତିବାଦ ଏବଂ ପୁନଃନିଯୁକ୍ତି, ଅବସର ଗ୍ରହଣ ପରେ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମାନଙ୍କ ବକେୟା ଦରମା ପ୍ରଦାନ ଆଦି ଆଠ ଦଫା ଦାବିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ଦାବିପତ୍ରରେ ଆସନ୍ତା ସାତଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଶ୍ରମିକ ଚେତାବନୀ ଦେଇଛନ୍ତି । ଏଡିଏମ୍ ଏହା ଉପରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details