ଯାଜପୁର: କୋଭିଡ ନିୟମକୁ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ କୋରେଇର ପୂର୍ବତନ ବିଧାୟକ ତଥା ଫିଲ୍ମ ଅଭିନେତା ଆକାଶ ଦାସ ନାୟକ । ଆଜି ସେ ଭିଡ଼ିଓ କଲ ମଧ୍ୟରେ "ଆଶା କିରଣ" ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ "ଦିବ୍ୟଜ୍ୟୋତି' ସେବାଶ୍ରମର ପିଲାମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି ।
ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନେ ଆକାଶଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଭିଡ଼ିଓ କଲ ମାଧ୍ୟମରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏଥିସହିତ ସହିତ କୋଭିଡ ନିୟମ କୋହଳ ହେଲେ ତାଙ୍କୁ ଦେଖା କରିବାକୁ ଅନୁରୋଧ କରିଛନ୍ତି ।