ଓଡିଶା

odisha

By

Published : Nov 30, 2019, 6:39 PM IST

ETV Bharat / state

ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ: ଅଭିଯୁକ୍ତ ରୂପେଶ ଭଦ୍ର ଜାମିନ ଆବେଦନ ଖାରଜ

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ଅଭିଯୁକ୍ତ ରୂପେଶ ଭଦ୍ରର ଜାମିନ ଆବେଦନ ଖାରଜ । ଆବେଦନକୁ ଖାରଦ କରିଛନ୍ତି ଯାଜପୁର ଜିଲ୍ଲା ଦୌରା ଜଜ୍ । ଜାମିନ ପରେ ରୂପେଶ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କାରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

Rupesh bhadra bail reject
ଫଟୋ ସୌଜନ୍ଯ ସମ୍ବାଦଦାତା, ଯାଜପୁର

ଯାଜପୁର: ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ଅଭିଯୁକ୍ତ ରୂପେଶ ଭଦ୍ରର ଜାମିନ ଆବେଦନ ଖାରଜ । ଆବେଦନକୁ ଖାରଦ କରିଛନ୍ତି ଯାଜପୁର ଜିଲ୍ଲା ଦୌରା ଜଜ୍।

ଭିଡିଓ ସୌଜନ୍ଯ ସମ୍ବାଦଦାତା, ଯାଜପୁର

ଅଭିଯୁକ୍ତ ରୂପେଶର ରାଜନୈତିକ ଦଳ ସହ ଘନିଷ୍ଠ ସମ୍ପର୍କ ରହିଛି । ଏଥିସହିତ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜାମିନ ପରେ ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ତଥ୍ୟକୁ କୋର୍ଟ ଅନୁଭବ କରିବା ସହ ତାର ଜାମିନ ଆବେଦନକୁ ଖାରଜ କରିଛନ୍ତି। ଅପରପକ୍ଷେ ଜିଲ୍ଲା ଜଜ୍‌ଙ୍କ ଶୁଶାଣିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବା ସହ ସେଠାରେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ରୂପେଶଙ୍କ ଓକିଲ କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details