କେନ୍ଦ୍ରାପଡ଼ା: ରାଜନଗର ପେଣ୍ଠ ବେଳାଭୂମିରେ ଅଘଟଣ । ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଉ ଥିବା ବେଳେ ଭାସିଗଲେ ଯୁବକ । ତେବେ ଯୁବକ ଜଣକ ଯାଜପୁର ବିଞ୍ଝାରପୁର ବ୍ଲକ ଜରି ଗାଁର ଗୌରବ ରଥ ବୋଲି ଜଣା ପଡ଼ିଛି । ସେ ତାଙ୍କ ସାଙ୍ଗମାନଙ୍କ ସହ ରାଜନଗର ପେଣ୍ଠ ବେଳାଭୂମିରେ ଗାଧୋଉଥିବା ବେଳେ ହଠାତ୍ ଏକ ଲହଡିରେ ଭାସି ଯାଇଥିଲେ।
ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଏଯାଏଁ ମିଳିନି ପତ୍ତା - ରାଜନଗର ପେଣ୍ଠ ବେଳାଭୂମି
ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଉ ଥିବା ବେଳେ ଭାସିଗଲେ ଯୁବକ । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସମୁଦ୍ରରେ ଖୋଜିଥିଲେ ମଧ୍ୟ ଏଯାଏଁ ଯୁବକଙ୍କ କୌଣସି ପତ୍ତା ମିଳିନଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...
ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ଯୁବକ ନିଖୋଜ
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସମୁଦ୍ରରେ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ