ଓଡିଶା

odisha

ETV Bharat / state

ବିଛଣାରେ ରୋଜଗାରିଆ ପୁଅ, ଚିକିତ୍ସା ନେଇ ସହାୟତା ମାଗୁଛି ପରିବାର - ରାଜୀବଙ୍କ କିଡନୀ ଖରାପ

ଯାଜପୁର କୋରାଇ ବ୍ଲକ ପଥରପଦା ଗ୍ରାମର ରାଜୀବଙ୍କ ବୃଦ୍ଧ ମାଆବାପା, ପତ୍ନୀ ଓ ଦୁଇ କୁନି ପୁଅକୁ ନେଇ ସଂସାର । କିନ୍ତୁ ରାଜୀବଙ୍କ ଏବେ ଦୁଇଟି ଯାକ କିଡନୀ ଖରାପ । ଏପଟେ ଏକମାତ୍ର ରୋଜଗାରିଆ ପୁଅର ଚିକିତ୍ସା ଲାଗି ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

ବିଛଣାରେ ରୋଜଗାରିଆ ପୁଅ, ଭେଣ୍ଡିଆ ପୁଅକୁ ବଞ୍ଚାଇବାକୁ ସହାୟତା ମାଗୁଛି ପରିବାର
ବିଛଣାରେ ରୋଜଗାରିଆ ପୁଅ, ଭେଣ୍ଡିଆ ପୁଅକୁ ବଞ୍ଚାଇବାକୁ ସହାୟତା ମାଗୁଛି ପରିବାର

By

Published : Oct 28, 2021, 3:27 PM IST

ଯାଜପୁର: ବିଛଣାରେ ରୋଜଗାରିଆ ପୁଅ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା। ରୋଗ ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି 31 ବର୍ଷିୟ ଯୁବକ । ଯେଉଁ ବୟସରେ ରୋଜଗାର କରି ବୃଦ୍ଧ ପିତାମାତାଙ୍କର ସେବା କରିବା କଥା, ସେହି ବୟସରେ ଏବେ ଶଯ୍ୟାଶୟୀ ହୋଇ ବୃଦ୍ଧ ପିତାମାତାଙ୍କ ଦ୍ବାରା ସେବା ପାଉଛନ୍ତି ରାଜୀବ । ଯାଜପୁର କୋରାଇ ବ୍ଲକ ପଥରପଦା ପଞ୍ଚାୟତର ପଥରପଦା ଗ୍ରାମର ରାଜୀବଙ୍କ ବୃଦ୍ଧ ମାଆବାପା, ପତ୍ନୀ ଓ ଦୁଇ କୁନି ପୁଅକୁ ନେଇ ସଂସାର । କିନ୍ତୁ ରାଜୀବଙ୍କ ଏବେ ଦୁଇଟି ଯାକ କିଡନୀ ଖରାପ । ଯାହା କିଛି ଟଙ୍କା ଥିଲା ତାକୁ ଚିକିତ୍ସାରେ ଖର୍ଚ୍ଚ କରିଦେଇଛନ୍ତି । ଆଉ ଏବେ ଔଷଧ ଟିକେ କିଣିବା ପାଇଁ ପାଖରେ ନାହିଁ ସମ୍ବଳ। ଏପଟେ ଏକମାତ୍ର ରୋଜଗାରିଆ ପୁଅର ଚିକିତ୍ସା ଲାଗି ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ ।

ବିଛଣାରେ ରୋଜଗାରିଆ ପୁଅ, ଭେଣ୍ଡିଆ ପୁଅକୁ ବଞ୍ଚାଇବାକୁ ସହାୟତା ମାଗୁଛି ପରିବାର
ଦିନ ଥିଲା ବାହାଘର ବ୍ରତଘରରେ ଭିଡ଼ିଓ ସୁଟିଂ କରି ପରିବାର ପ୍ରତିପୋଷଣ କରୁଥିଲେ ରାଜୀବ । ହସଖୁସିରେ ଚାଲିଥିଲା ପରିବାର । ହଠାତ ଦେହ ଖରାପ ହେବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ରାଜୀବଙ୍କ ଦୁଇଟିଯାକ କିଡ଼ନୀର ଶତକାଡ଼ା 90 ଭାଗ ଖରାପ ହୋଇଯାଇଥିବାରୁ ଏଥିଲାଗି ୧୮ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଡାକ୍ତର । ଏପଟେ ଘଣ୍ଟା ମରାମତି କରି ପରିବାର ଚଳାଉଥିବା ରାଜୀବଙ୍କ ବାପା ସୁରେନ୍ଦ୍ର ଏବେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ । ଜମିବାଡ଼ି କହିଲେ କିଛି ନାହିଁ । ଏପରି ସ୍ଥିତିରେ ପୁଅକୁ କିପରି ଚିକିତ୍ସା କରିବେ, ଏନେଇ କୋହଭରା କଣ୍ଠରେ କହିଛନ୍ତି ସୁରେନ୍ଦ୍ର। ସେପଟେ ଏନେଇ କୋରେଇ ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ କହିଛନ୍ତି ଯେ, ତାଙ୍କ ନିକଟକୁ ଏ ସମ୍ପର୍କରେ କୌଣସି ଅଭିଯୋଗ ଆସିନି । ଯଦି ଅଭିଯୋଗ ଆସେ ସରକାରୀ ନିୟମ ଅନୁଯାୟୀ ସହଯୋଗ କରିବୁ।

କୋରୋନା ମହାମାରୀ ସମୟରେ ତାଲାବନ୍ଦ ଯୋଗୁଁ ଭିଡ଼ିଓ ସୁଟିଂ କରି ନ ପାରି ଦୀର୍ଘ ଦିନ ଧରି ଘରେ ବସି ରହିବା ପରେ ମାତ୍ର ଅଳ୍ପ କିଛି ମାସ ହେବ ପାଣିକୋଇଲି ଟୋଲଗେଟରେ ସ୍ଵଳ୍ପ ବେତନରେ ଚାକିରୀ କରିଥିଲେ ରାଜୀବ। କିନ୍ତୁ ନିୟତିର ନିର୍ଦ୍ଦେଶ ଥିଲା ଅନ୍ୟ କିଛି। ବୃଦ୍ଧ ପିତାମାତା ପତ୍ନୀ ଓ ଦୁଇ ଛୋଟ ପୁଅଙ୍କୁ ଧରି ସ୍ଵଳ୍ପ ରୋଜଗାରରେ ପରିବାର ଚଳାଉଥିବା ବେଳେ ସପ୍ତାହ ତଳେ ମୁଣ୍ଡ ବିନ୍ଧା ସହିତ ପ୍ରବଳ ବାନ୍ତି ହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଦେଖାଇବା ପରେ ଡ଼ାକ୍ତର ତାଙ୍କର ଦୁଇଟି ଯାକ କିଡ଼ନୀ ଶତକଡ଼ା 90 ଭାଗ ନଷ୍ଟ ହୋଇଯାଇଥିବା କହି ତୁରନ୍ତ କଟକ ବଡ଼ ଡାକ୍ତରଖାନାରେ ଆଡ଼ମିଶନ ନେବା ଲାଗି ପରାମର୍ଶ ଦେଇଥିଲେ। ପରେ ରାଜୀବଙ୍କ ବାପା ତାଙ୍କୁ ଭୁବନେଶ୍ବରର ଏମ୍ସ ନେବା ପାଇଁ ସହଯୋଗର ନିବେଦନ କରିଥିବା ରାଜୀବଙ୍କର ସାଙ୍ଗ କହିଛନ୍ତି।


ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି ଘରର ଏକମାତ୍ର ରୋଜଗାରକ୍ଷମ ପୁଅ । ଏଭଳି ଅବସ୍ଥାରେ ସରକାରୀ ସହାୟତାର ନିତାନ୍ତ ଆବଶ୍ୟକ ହୋଇ ପଡିଛି ରାଜୀବଙ୍କ ପରିବାରକୁ । କିନ୍ତୁ ଏ ସମ୍ପର୍କରେ କୌଣସି ଅଭିଯୋଗ ଆସିନି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details