ଯାଜପୁର: ଆଗକୁ ଆସୁଛି ପୌର ନିର୍ବାଚନ । ସେଥିପାଇଁ ବିଜେପି ପକ୍ଷରୁ ଆଗୁଆ ପ୍ରସ୍ତୁତି ଚାଲିଛି । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ରୟାଲ୍ କଳିଙ୍ଗ ହୋଟେଲ ଠାରେ ପୌରାଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତାଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଯାଜପୁର ପୌର ନିର୍ବାଚନ ପ୍ରସ୍ତୁତି: ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ ଶିବିର ଆୟୋଜିତ - training camp for BJP activists Jajpur
ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ରୟାଲ୍ କଳିଙ୍ଗ ହୋଟେଲ ଠାରେ ପୌରାଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତାଙ୍କର ଏକ ପ୍ରଶିକ୍ଷଣ ଶିବିର। ଅଧିକ ପଢନ୍ତୁ...
ଏହି ଶିବିରରେ ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ମୋହନ ଦାଶ, ବିଜେପି ନେତା ବିଶ୍ବଜିତ୍ ନାୟକ, ସତ୍ୟନାରାୟଣ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡା ପ୍ରମୁଖ ଦଳୀୟ ନେତାମାନେ ଯୋଗଦେଇଥିଲେ । ଏଥିରେ ବ୍ୟାସନଗର ମଣ୍ଡଳ ବିଜେପି ସଭାପତି ଅଚ୍ୟୁତାନନ୍ଦ ଦାସ ସଭାପତିତ୍ବ କରିଥିଲେ । ପୌରାଞ୍ଚଳର ବିଭିନ୍ନ ୱାର୍ଡର ଦଳୀୟ କର୍ମକର୍ତ୍ତାମାନେ ଏହି ଶିବିରରେ ଯୋଗଦେଇଥିଲେ । ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ସହିତ ଆଗାମୀ ପୌର ନିର୍ବାଚନରେ ବାଜିମାତ୍ ମାରିବା ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ମନ୍ତବ୍ୟ ଦେଇଥିଲେ । ଏଠାରେ ରାଜ୍ୟର ବିଜେଡି ସରକାରଙ୍କ ଜନବିରୋଧି କାର୍ଯ୍ୟର କଡା ନିନ୍ଦା କରାଯାଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ