ଯାଜପୁର: ଆଜି ଯାଜପୁର ଜିଲ୍ଲାର ବଡଚଣା ଠାରେ ଥିବା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ବିହନ ପରୀକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଛି । କୃଷିମନ୍ତ୍ରୀ ଅରୁଣ ସାହୁ ଏହାକୁ ଉଦଘାଟନ କରିଛନ୍ତି । କୃଷି ଓ କୃଷକର ବିକାଶ ପାଇଁ ଅତ୍ୟାଧୁନିକ ଶୈଳୀରେ ଏଠାରେ ବିହନ ପରୀକ୍ଷଣ କରିବାକୁ ଏହି ପରୀକ୍ଷଣଗାର ନିର୍ମାଣ କରାଯାଇଛି । ଏହାଦ୍ବାରା ଉନ୍ନତ କିସମର ବିହନ ଚିହ୍ନଟ ହେବା ସହିତ ଚାଷୀ ସେହି ବିହନକୁ କୃଷି କ୍ଷେତ୍ରରେ ପ୍ରୟୋଗ କରି ଉନ୍ନତମାନର ଓ ଅଧିକ ପରିମାଣ ଶସ୍ୟ, ପନିପରିବା ଉତ୍ପାଦନ କରିପାରିବେ ବୋଲି କୃଷିମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଉଦଘାଟିତ ହେଲା ବିହନ ପରୀକ୍ଷଣ କେନ୍ଦ୍ର - ବଡଚଣା କୃଷି ବିଜ୍ଞାନ କେନ୍ଦ୍ରରେ ବିହନ ପରୀକ୍ଷଣ କେନ୍ଦ୍ର ଉଦଘାଟିତ
ଯାଜପୁର ଜିଲ୍ଲାର ବଡଚଣା ଠାରେ ଥିବା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ବିହନ ପରୀକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ...
ବଡଚଣା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିହନ ପରୀକ୍ଷଣ କେନ୍ଦ୍ର ଉଦଘାଟିତ
ବଡଚଣା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିହନ ପରୀକ୍ଷଣ କେନ୍ଦ୍ର ଉଦଘାଟିତ
ରାଜ୍ୟ ସରକାରଙ୍କ କୃଷି ବିଭାଗ ଦ୍ବାରା ଚାଷୀମାନଙ୍କ ଆବଶ୍ୟକତାକୁ ଧ୍ୟାନ ଦେଇ ଏହି ବିହନ ପରୀକ୍ଷଣଗାର ପ୍ରତିଷ୍ଠା କରାଯାଇଛି । ଏହା ଆମ ଅଞ୍ଚଳର କୃଷକମାନଙ୍କ ପାଇଁ ବିଶେଷ ରୂପେ ସହାୟକ ହେବ ବୋଲି ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି କହିଛନ୍ତି । 2000 ମସିହା ଠାରୁ ଦିଆଯାଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଇ ଆଜି ଏହା ପ୍ରତିଷ୍ଠା ଲାଭ କରିଥିବାରୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବିଧାୟକ । ଏକ କୋଟି 5ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପଟି ନିର୍ମାଣ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
TAGGED:
jajpur seed testing center