ଓଡିଶା

odisha

ETV Bharat / state

କୁଆଖିଆରେ କୃଷି ଆଇନ ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନର ରାସ୍ତାରୋକ - ନବନିର୍ମାଣ କୃଷକ ସଙ୍ଗଠନ

ଯାଜପୁର କୁଆଖିଆ ନିକଟରେ କୃଷି ଆଇନ ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଅଧିକ ପଢନ୍ତୁ...

କୁଆଖିଆରେ କୃଷି ବିଲ ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନର ରାସ୍ତାରୋକ
କୁଆଖିଆରେ କୃଷି ବିଲ ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନର ରାସ୍ତାରୋକ

By

Published : Nov 5, 2020, 9:31 PM IST

ଯାଜପୁର: ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୁଆଖିଆ ନିକଟସ୍ଥ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। କେନ୍ଦ୍ର ସରକାରଙ୍କ କୃଷି ଆଇନ ଓ ରାଜ୍ୟରେ ହୁ ହୁ ହୋଇ ବଢ଼ୁଥିବା ଦରଦାମକୁ ବିରୋଧ କରି ଏହି ରାସ୍ତାରୋକ କରାଯାଇଥିଲା। ଫଳରେ କୁଆଖିଆ ନିକଟରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

କୁଆଖିଆରେ କୃଷି ବିଲ ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନର ରାସ୍ତାରୋକ

କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ବିଲ ପାରିତ ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ବିରୋଧ କରାଯାଇଛି। ବିଲ ପାରିତ ହେବାର ମାସକ ମଧ୍ୟରେ ଦେଶରେ ପନିପରିବା ଦର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିବା ନେଇ ନବନିର୍ମାଣ କୃଷକ ସଙ୍ଗଠନ ଅଭିଯୋଗ କରିଛି। ଏହା ଏକ କୃଷି ବିରୋଧ ଆଇନ। ଏହି ଆଇନକୁ ବାରମ୍ବାର ବିରୋଧ କରାଯାଉଥିଲେ ସୁଦ୍ଧା କେନ୍ଦ୍ର ସରକାର ଏହାକୁ ପ୍ରଣୟନ କରିଥିବା ଅଭିଯୋଗ ହୋଇଛି । ଏହାସହ ରାଜ୍ୟରେ ମଧ୍ୟ ଦରଦାମରେ ଅଙ୍କୁଶ ଲଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ନବନିର୍ମାଣ କୃଷକ ସଙ୍ଗଠନ ।

ନବନିର୍ମାଣ କୃଷକ ସଙ୍ଗଠନ ନେତା ନିମାଇଁ ରାୟଙ୍କ ନେତୃତ୍ବରେ ବହୁ ଲୋକେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। କୃଷି ଆଇନକୁ ରଦ୍ଦ କରିବାକୁ ଦାବି ହୋଇଥିଲା। ରାସ୍ତାରୋକ ଯୋଗୁଁ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଫଳରେ ଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details