ଓଡିଶା

odisha

ETV Bharat / state

ପାଣିକୋଇଲି ଥାନା ଏଏସଆଇ ପ୍ରସନ୍ନ କୁମାର ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା - ପାଣିକୋଇଲି ଥାନା

ଯାଜପୁର ପାଣିକୋଇଲି ଥାନାରେ ଏଏସଆଇ ପ୍ରସନ୍ନ କୁମାର ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସଭାରେ ଯାଜପୁର ଏସପି ଚରଣ ସିଂହ ମୀନା ମଧ୍ୟ ପାଣିକୋଇଲି ଏଏସଆଇ ପ୍ରସନ୍ନ କୁମାରଙ୍କ ପ୍ରଶଂସରେ ଶତମୁଖ ହୋଇଥିଲେ। ଅଧିକ ପଢ଼ନ୍ତୁ...

ପାଣିକୋଇଲି ଥାନା ଏଏସଆଇ ପ୍ରସନ୍ନ କୁମାର ସାମାଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପାଣିକୋଇଲି ଥାନା ଏଏସଆଇ ପ୍ରସନ୍ନ କୁମାର ସାମାଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

By

Published : Nov 2, 2020, 3:56 PM IST

ଯାଜପୁର:ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ପୋଲିସ ଥାନାରେ ଏଏସଆଇ ପ୍ରସନ୍ନ କୁମାର ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏଏସଆଇ ପ୍ରସନ୍ନ କୁମାର ସାମଲ ୪୧ ବର୍ଷ ଧରି ସଚୋଟ ଓ ଦାୟିତ୍ଵବାନ କର୍ମଚାରୀ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ବିଦାୟକାଳୀନ ସଭାରେ ତାଙ୍କୁ ସଭିଏଁ ସାଧୁବାଦ ଜଣାଇଥିଲେ। ଓଡ଼ିଶା ପୋଲିସ ଏତେ ଦିନ ଧରି କାର୍ଯ୍ୟ କରିଥିବାରୁ ନିଜକୁ ଧନ୍ୟ ମନେ କରିଥିବା କଥା କହିଥିଲେ ଏଏସଆଇ ପ୍ରସନ୍ନ କୁମାର ସାମଲ।

ପାଣିକୋଇଲି ଥାନା ଏଏସଆଇ ପ୍ରସନ୍ନ କୁମାର ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

୪୧ ବର୍ଷ କାର୍ଯ୍ୟକାଳ ଭିତରେ ପ୍ରସନ୍ନ କୁମାର ସାମଲ ନିଜର ବ୍ୟବହାର ପାଇଁ ସମସ୍ତଙ୍କର ନିକଟରେ ପ୍ରିୟଭାଜନ ହୋଇପାରିଥିଲେ। ଏହାସହ ନିଜ କାର୍ଯ୍ୟ ଶୈଳୀ ଯୋଗୁଁ ପ୍ରସନ୍ନ କୁମାର ସ୍ଥାନୀୟ ଅଞ୍ଚଳରେ ବେଶ ଖ୍ୟାତି ଲାଭ କରିଥିଲେ। ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯାଜପୁର ଏସପି ଚରଣ ସିଂହ ମୀନା ମଧ୍ୟ ପାଣିକୋଇଲି ଏଏସଆଇ ପ୍ରସନ୍ନ କୁମାରଙ୍କ ପ୍ରଶଂସରେ ଶତମୁଖ ହୋଇଥିଲେ। ଏହାପରେ ତାଙ୍କ ଆଗାମୀ ଜୀବନ ପାଇଁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।

ଏଏସଆଇ ପ୍ରସନ୍ନ କୁମାର ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଏସପି ଚରଣ ସିଂ ମୀନା, ଅତିରିକ୍ତ ଏସପି, ଡିଏସପି, କନେଷ୍ଟବଳ ଓ ହାବିଲଦାର ସଙ୍ଘର ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାଛଡ଼ା ପାଣିକୋଇଲି ଥାନାର ପ୍ରାୟ ସମସ୍ତ କର୍ମଚାରୀ ଏହି ସଭାରେ ଉପସ୍ଥିତ ରହି ପ୍ରସନ୍ନ କୁମାରଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details