ଓଡିଶା

odisha

ETV Bharat / state

ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ

ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ । ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟା କରିଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 30, 2019, 10:46 PM IST

ଯାଜପୁର: ବିଞ୍ଝାରପୁର ଥାନା ଗୁଣ୍ଡୁରିପଡା ଗ୍ରାମରେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ମହିଳାଙ୍କ ଗଳାକାଟି ହତ୍ୟା କରିଥିବା ଘଟଣାର ସତ ସାମ୍ନାକୁ ଆସିଛି । ହତ୍ୟାକାରୀ ଆଉ କେହି ନୁହେଁ ବରଂ ମହିଳାଙ୍କ ସ୍ବାମୀ ଦିଗମ୍ବର ଦଳାଇ । ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଦିଗମ୍ବର ଗୁଜରାଟରେ କାମ କରୁଥିବା ବେଳେ ସ୍ତ୍ରୀ ରିତାରାଣୀ, ଶାଶୁ ଅନ୍ୟ ସଦସ୍ୟଙ୍କ ସହ ଝଗଡା କରନ୍ତି । ଏଥିରେ ମାନସିକ ଭାରସାମ୍ୟ ହରାଇ ଦିଗମ୍ବର ଘଟଣା ଦିନ ରାତିରେ ଏକାକି ଆସି ସ୍ତ୍ରୀଙ୍କୁ ପ୍ରଥମେ ମୁହଁକୁ ତକିଆରେ ମାଡି ଅଣନିଶ୍ୱାଃସୀ କରି ହତ୍ୟା କରିଥିଲା । ପରେ ଘର ବାହାରକୁ ନେଇ ତଣ୍ଟି କାଟି ଫେରାର ହୋଇଯାଇଥିଲା । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଓ ଅଭିଯୁକ୍ତ ମୋବାଇଲ ଫୋନ ଟ୍ରାକ କରି ଗିରଫ କରିବାରେ ସକ୍ଷମ ହୋଇଥିଲା ।

ଏ ନେଇ ଯାଜପୁର ଏସଡିପିଓ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତକୁ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details