ଓଡିଶା

odisha

By

Published : Apr 13, 2020, 9:17 PM IST

ETV Bharat / state

ହୋମ କ୍ବାରେଣ୍ଟାଇନରେ ଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଗୋଟିଏ ପଟେ କୋରୋନା ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଧର୍ମଶାଳା ଥାନା ଦେଓଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ହୋମ କ୍ବାରେଣ୍ଟାଇନରେ ଥିବା ଜଣେ ଯୁବକଙ୍କର ସୋମବାର ମୃତଦେହ ଉଦ୍ଧାର ହୋଇଛି ।

home quarantined man's suspicious death, jajpur latest news, man's suspicious death in jajpur, corona in jajpur, ହୋମ କ୍ବାରେଣ୍ଟାଇନରେ ଥିବା ଯୁବକଙ୍କ ମୃତ୍ୟୁ, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଯାଜପୁରରେ କୋରୋନା
ହୋମ କ୍ବାରେଣ୍ଟାଇନରେ ଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର: ଗୋଟିଏ ପଟେ କୋରୋନା ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଧର୍ମଶାଳା ଥାନା ଦେଓଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ହୋମ କ୍ବାରେଣ୍ଟାଇନରେ ଥିବା ଜଣେ ଯୁବକଙ୍କର ସୋମବାର ମୃତଦେହ ଉଦ୍ଧାର ହୋଇଛି । ଘର ନିକଟସ୍ଥ ବାଡିରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ ହେଉଛନ୍ତି ସମ୍ପୃକ୍ତ ଗ୍ରାମର ସୁରେଶ ସାହୁ ।

ସୁରେଶ ଚେନ୍ନାଇର ଏକ ହୋଟେଲରେ କାମ କରୁଥିଲେ । ହେଲେ କୋରୋନା ସ୍ଥିତି ପାଇଁ ଗତ ମାସ 18 ତାରିଖରେ ସେ ଘରକୁ ଫେରିଥିଲେ । ଏହାପରେ 20 ମାର୍ଚ୍ଚରୁ ତାଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । କୌଣସି ଲକ୍ଷଣ ନଥିବା ସତ୍ତ୍ବେ ସେ 14 ଦିନ କ୍ବାରେଣ୍ଟାଇନରେ ରହିବା ପରେ ପୁଣି ଗାଁରେ ବୁଲାବୁଲି ଆରମ୍ଭ କରିଥିଲେ ।

ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ସୁରେଶଙ୍କ ପରିବାର ସହ ମନୋମାଳିନ୍ୟ ହୋଇଥିଲା । ପରେ ସୋମବାର ନିକଟସ୍ଥ ବାଡିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଗ୍ରାମବାସୀ ରାଗ ରଖି ସୁରେଶଙ୍କର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details