ଓଡିଶା

odisha

ETV Bharat / state

ବ୍ୟାସନଗରରେ କୋରୋନାକୁ ନେଇ କ୍ଲବ ଦି ୟୁଥମାସର ସଚେତନତା କାର୍ଯ୍ୟକ୍ରମ - Bysanagar

ବ୍ୟାସନଗର କ୍ଲବ ଦି ୟୁଥମାସ ପକ୍ଷରୁ କୋରୋନା ସଂକ୍ରମଣକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେତେକ ଲୋକ କୋରୋନା ଭାଇରସକୁ ଏତେଟା ଗୁରୁତର ସହ ନେଉ ନାହାଁନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ସଚେତନ କରାଇବାକୁ ଅଣ୍ଟା ଭିଡ଼ିଛନ୍ତି କ୍ଲବ ଦି ୟୁଥମାସର କର୍ମକର୍ତ୍ତା। ଅଧିକ ପଢ଼ନ୍ତୁ...

ବ୍ୟାସନଗରରେ କୋରୋନାକୁ ନେଇ କ୍ଲବ ଦି ୟୁଥମାସର ସଚେତନତା କାର୍ଯ୍ୟକ୍ରମ
ବ୍ୟାସନଗରରେ କୋରୋନାକୁ ନେଇ କ୍ଲବ ଦି ୟୁଥମାସର ସଚେତନତା କାର୍ଯ୍ୟକ୍ରମ

By

Published : Nov 24, 2020, 7:13 PM IST

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର କ୍ଲବ ଦି ୟୁଥମାସ ପକ୍ଷରୁ କୋରୋନା ଭାଇରସକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ କୋରୋନା ଭାଇରସର ଦ୍ବିତୀୟ ଲହରୀ ଆସିବା ନେଇ ଆଶଙ୍କା ରହିଛି। ତେବେ କେତେକ ଲୋକ କୋରୋନା ଭାଇରସକୁ ଏତେଟା ଗୁରୁତର ସହ ନେଉ ନାହାଁନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ସଚେତନ କରାଇବାକୁ ଅଣ୍ଟା ଭିଡ଼ିଛନ୍ତି କ୍ଲବ ଦି ୟୁଥମାସର କର୍ମକର୍ତ୍ତା।

ବ୍ୟାସନଗରରେ କୋରୋନାକୁ ନେଇ କ୍ଲବ ଦି ୟୁଥମାସର ସଚେତନତା କାର୍ଯ୍ୟକ୍ରମ

କୋରୋନାର ମୁକାବିଲା କରିବା ପାଇଁ ଲୋକଙ୍କୁ ସତର୍କ କରାଇଛି ବ୍ୟାସନଗର କ୍ଲବ ଦି ୟୁଥମାସ। ଏହି ସ୍ବେଚ୍ଛାସେବୀମାନେ ଲୋକଙ୍କୁ ସଚେତନ କରିବା ସହିତ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ନିରନ୍ତର ଭାବେ ସେବା ଓ ସ୍ବଚ୍ଛତା ଅଭିଯାନ ଚଳାଇଛନ୍ତି। ଶୀତଦିନେ କୋରୋନାର ଦ୍ବିତୀୟ ଲହରୀ ଆସିବା ନେଇ ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ସତର୍କ କରାଉଛି। ଏଥିପାଇଁ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା, ସାବୁନରେ ହାତ ଧୋଇବା, ନିୟମିତ ସାନିଟାଇଜ୍ କରିବା ଓ ନିଜ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଜି(ମଙ୍ଗଳବାର) ଏକ ଦସ୍ତଖତ ଅଭିଯାନ କରାଯାଇଥିଲା।

କ୍ଲବର ସ୍ବେଚ୍ଛାସେବୀ ମାନେ ଡାକ୍ତରଖାନା, ରେଳଷ୍ଟେସନ, ବସଷ୍ଟାଣ୍ଡ, ପରିବା ମାର୍କେଟ୍, ଜନଗହଳି ସ୍ଥାନ ଓ ବସ୍ତି ଅଞ୍ଚଳରେ ବୁଲି ବୁଲି ଲୋକଙ୍କୁ ସଚେତନ କରିଥିଲେ। ଏନେଇ ସହରରେ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା। ବ୍ୟାସନଗର କ୍ଲବ ଦି ୟୁଥମାସ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details