ଓଡିଶା

odisha

ETV Bharat / state

ଗଙ୍ଗା ନଦୀର ସ୍ୱଚ୍ଛତା ପାଇଁ ସଚେତନତା କାର୍ଯ୍ୟକ୍ରମ, ଭାଗ ନେଲେ 150ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ - ganga river clean program

ଯାଜପୁର ରୋଡସ୍ଥିତ ବ୍ୟାସନଗର ମହାବିଦ୍ୟାଳୟରେ ଏନସିସି କ୍ୟାଡେଟଙ୍କ ପକ୍ଷରୁ ଗଙ୍ଗା ନଦୀର ସ୍ୱଚ୍ଛତା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ...

ଗଙ୍ଗା ନଦୀର ସ୍ୱଚ୍ଛତା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଙ୍ଗା ନଦୀର ସ୍ୱଚ୍ଛତା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

By

Published : Nov 2, 2021, 5:57 PM IST

ଯାଜପୁର: ଯାଜପୁର ରୋଡସ୍ଥିତ ବ୍ୟାସନଗର ମହାବିଦ୍ୟାଳୟରେ ଏନସିସି କ୍ୟାଡେଟଙ୍କ ପକ୍ଷରୁ ଗଙ୍ଗା ନଦୀର ସ୍ୱଚ୍ଛତା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗଙ୍ଗା ନଦୀର ସ୍ବଚ୍ଛତା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏନସିସି କ୍ୟାଡେଟ ସହ ବ୍ୟାସନଗର କଲେଜର ୧୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଭାଗ ନେଇଥିଲେ ।

ଗଙ୍ଗା ନଦୀର ସ୍ୱଚ୍ଛତା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛାତ୍ରଛାତ୍ରୀ ହାତରେ ଫ୍ଲାଗ୍‌କାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରିଥିଲେ । ଏହି ସମୟରେ ଲୋକଙ୍କୁ ଗଙ୍ଗା ନଦୀ ସହିତ ଓଡ଼ିଶାର ସମସ୍ତ ନଦୀକୁ କିଭଳି ସ୍ବଚ୍ଛତା ରଖି ହେବ, ସେନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ବ୍ୟାସନଗର ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଆଜିର ଆଲୋଚନାରେ ଭାଗ ନେଇ ଗଙ୍ଗା ନଦୀର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀ ଓ ଏନ୍‌ସିସି କ୍ୟାଡେଟଙ୍କ ମଧ୍ୟରେ ଗଙ୍ଗା ନଦୀ ସଂରକ୍ଷଣ ଓ ସ୍ୱଚ୍ଛତାକୁ ନେଇ ରଚନା, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । କୃତୀ ପ୍ରତିଯୋଗୀଙ୍କୁ ଆଗାମୀ ଦିନରେ ପୁରସ୍କାର ପ୍ରଦାନ କରାଯିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details