ଓଡିଶା

odisha

ETV Bharat / state

ନଦୀ ପଠାରେ ୫ ଫୁଟ ଲମ୍ବର କୁମ୍ଭୀର

ନଦୀର ପ୍ରଖରସ୍ରୋତରେ କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ସୋମବାର ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Oct 20, 2020, 5:01 PM IST

ନଦୀ ପଠାରେ ୫ ଫୁଟ ଲମ୍ବର କୁମ୍ଭୀର
ନଦୀ ପଠାରେ ୫ ଫୁଟ ଲମ୍ବର କୁମ୍ଭୀର

ଯାଜପୁର: ନଦୀର ପ୍ରଖରସ୍ରୋତରେ କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ଗତକାଲି ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନା ମୁତାବକ ଗତକାଲି ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ ଦେଖିଥିଲେ । ପରେ ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଚାର ହୋଇଯାଇଥିଲା । କୁମ୍ଭୀରକୁ ଦେଖିବାକୁ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ ।

ନଦୀ ପଠାରେ ୫ ଫୁଟ ଲମ୍ବର କୁମ୍ଭୀର

ପାଖାପାଖି ୫ ଫୁଟ ଲମ୍ବର ଏହି କୁମ୍ଭୀରଟି ବହୁ ସମୟ ଧରି ନଦୀ କୂଳରେ ରହିଥିଲା । ପରେ ଖବର ପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ କୁମ୍ଭୀରଟି ନଦୀ ଭିତରକୁ ଚାଲିଯାଇଥିଲା । ତେବେ କୁମ୍ଭୀରକୁ କାବୁ କରା ନଯିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ନଦୀ କୂଳକୁ ନଯିବା ପାଇଁ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି । ସେପଟେ କୁମ୍ଭୀରକୁ କାବୁ କରିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଯାଜପୁର ରୋଡ଼ ରେଞ୍ଜର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details