ଯାଜପୁର: କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟରେ (Dasarathpur Kasturba girls School) 9 ଛାତ୍ରୀ କୋରୋନା ଆକ୍ରାନ୍ତ । ବର୍ତ୍ତମାନ ସମସ୍ତ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । ଦଶରଥପୁର ବ୍ଲକ ଝୁମ୍ପୁରା ନିକଟରେ କସ୍ତୁରବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ 9 ଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଦ୍ୟାଳୟର ମୋଟ୍ ଛାତ୍ରୀଙ୍କ ସଂଖ୍ୟା 195 ହୋଇଥିବାବେଳେ ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ସ୍ବତନ୍ତ୍ର ଗୃହରେ ଆଇସୋଲେସନରେ ରଖାଯାଇଥିବା ସୂଚନା ଦେଇଛନ୍ତି ମଙ୍ଗଳପୁର ସିଏଚସିର ମେଡିକାଲ ଅଫିସର ।
କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟରେ 9 ଛାତ୍ରୀଙ୍କୁ କୋରୋନା ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳ କୋଭିଡକୁ ନେଇ ପୁଣି ଚର୍ଚ୍ଚାରେ। ଦୀର୍ଘ ଦୁଇବର୍ଷ ତଳେ ଯେଉଁ ଦଶରଥପୁର ବ୍ଳକ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ରେଡ଼ ଯୋନ ଭାବେ ଚର୍ଚ୍ଚାକୁ ଆସିଥିଲା। ଏବେ ସେହି ଅଂଚଳରେ ୯ ଜଣ ସ୍କୁଲ ଛାତ୍ରୀ କୋଭିଡ ପଜେଟିଭ ଭାବେ ଚିହ୍ନଟ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ସ୍କୁଲ ଗୁଡିକ ଖୋଲିବ ପରେ ଦଶରଥପୁର ବ୍ଳକ କସ୍ତୁରବା ସରକାରୀ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରେ ୯ ଜଣ ଛାତ୍ରୀ କୋଭିଡ ପଜେଟିଭ ଭାବେ ଚିହ୍ନଟ ହେଇଛନ୍ତି । ଏହି ଛାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ଟାଟା ମେଡିକାଲ କୋଭିଡ ହସ୍ପିଟାଲକୁ ସ୍ଥାନସ୍ତର କରାଯାଇଥିବା ଜଣାପଡିଛି। ଏହି ଘଟଣା କୁ ନେଇ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପାଇଁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏକ ଚ୍ୟାଲେଞ୍ଚ ପାଲଟିଛି।
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କସ୍ତୁରବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ 9 ଛାତ୍ରୀଙ୍କୁ କୋରୋନା, ସଂଗରୋଧରେ ରଖାଯାଇ ଚାଲିଛି ଚିକିତ୍ସା। ଦଶରଥପୁର ବ୍ଲକ ମଙ୍ଗଳ ବିଭାଗ ଅଧିନସ୍ଥ ଏହି ବାଳିକା ଉଚ୍ଚ ବିଦ୍ୟାଳୟର ୯ଜଣ ଛାତ୍ରୀ କୋରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ବିଦ୍ୟାଳୟର ମୋଟ୍ ଛାତ୍ରୀ ସଂଖ୍ୟା ୧୮୧ ହୋଇଥିବା ବେଳେ ଏଠାକାର ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ହୋଇଥିବା ସୁଚନା ମିଳିଛି। ତେବେ ସମସ୍ତ ୯ ଜଣ କୋଭିଡ ଆକ୍ରାନ୍ତ ଛାତ୍ରୀଙ୍କୁ ଟାଟା ମେଡିକା କୋଭିଡ କେୟାର ହସ୍ପିଟାଲକୁ ସ୍ଥାନସ୍ତର କରାଯାଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେପଟେ ବିଦ୍ୟାଳୟ ପରିସରକୁ ସାନିଟାଇଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ।
ଏହା ମଧ୍ୟ ପଢନ୍ତୁ: Odisha Corona Report: ଦିନକରେ ଚିହ୍ନଟ ହେଲେ ୧୫୧ ଆକ୍ରାନ୍ତ
ସୂଚନାଯୋଗ୍ୟ ଏହି ଯାଜପୁର ଜିଲ୍ଲା ସମେତ ୫ଟି ଜିଲ୍ଲାର ଛାତ୍ରୀ ମାନେ ଛାତ୍ରୀ ନିବାସରେ ରହି ପାଠ ପଢି ଥାନ୍ତି। ଛୁଟି ଖୋଲିବା ପରେ ଛାତ୍ରୀ ମାନେ ସ୍କୁଲ ଯୋଗ ଦେଇଥିଲେ। ତେବେ ଗତକାଲି ସାମୁହିକ ଭାବେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଭିଡ ପରୀକ୍ଷଣ କରାଯାଇଥିଲା। ୧୮୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୯ ଜଣ ଛାତ୍ରୀ ପଜେଟିଭ ହେଇଥିବା ସୂଚନା ମିଳିଥିଲା। ସେମାନଙ୍କୁ ଆଇସୋଲେସନରେ ରଖାଯାଇ ଆଜି ଟାଟା ମେଡିକା କୋଭିଡ କେୟାର ହସ୍ପିଟାଲକୁ ସ୍ଥାନସ୍ତର କରାଯାଇଛି।ତେବେ ଏକ ଆବାସିକ ବିଦ୍ୟାଳୟରେ ୯ ଜଣ ଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଇଛି। ପ୍ରତେକ ସ୍କୁଲରେ କୋଭିଡ କଟକଣାକୁ କଡାକଡି କରିବା ସହିତ କୋଭିଡ ପରୀକ୍ଷଣ ଓ ଟୀକା କରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳର ଅଭିଭାବକ ଓ ଛାତ୍ରଛାତ୍ରୀ। ସେପଟେ ଏହି ଘଟଣାକୁ ଜିଲ୍ଲାପାଳ ଗୁରୁତର ସହିତ ଗ୍ରହଣ କରିଛନ୍ତି। ଏହାକୁ ରୋକିବା ପାଇଁ ଛାତ୍ରୀଛାତ୍ରୀ,ଅଭିଭାବକ ଓ ଶିକ୍ଷକ ସାମୂହିକ ଭାବେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ