ଯାଜପୁର: ଅଷ୍ଟମତମ ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି ମହୋତ୍ସବ ୨୦୧୯’ ର ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗତ ଶୁକ୍ରବାର ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ‘ଯଯାତି ମହୋତ୍ସବ' ୫ ଦିନ ଧରି ବାଳାଶ୍ରମ ପଡିଆରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ ସ୍ମରଣିକା ପାଇଁ ଉକୃଷ୍ଟ ଲେଖା ଉପରେ ଗୁରୁତ୍ବାରୋପ କରିବା ସହିତ ଚିରସ୍ଥାୟୀ ପୁସ୍ତକ ଆକାରରେ ପ୍ରକାଶନ ନିମନ୍ତେ ସୂଚନା ଦିଆଯାଇଛି ।
ତେବେ ‘ଯଯାତି ମହୋତ୍ସବ ୨୦୧୯’ ଡିସେମ୍ବର ପରିବର୍ତ୍ତେ ଆସନ୍ତା ଜାନୁୟାରୀ ମାସରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।