ଯାଜପୁର:ଗାଧେଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ । ବୁଢା ନଦୀକୁ ଗାଧେଇବାକୁ ଯାଜପୁର ବ୍ଲକ ଅନ୍ତର୍ଗତ ଖାଇରାବାଦ ପଞ୍ଚାୟତ ଅଡ଼ଙ୍ଗ ପୁରୁଷୋତ୍ତମପୁର ଖଜା ସାହିର ଖଜା ଜୋହର ଅଲିଙ୍କ ପୁଅ ଖଜା ତାହେର ଅଲି ୧୩ ବର୍ଷ ବୟସ । ବୁଢା ନଦୀକୁ ଗାଧେଇବାକୁ ଯାଇ ବାଲି ମାଫିଆ ବୋଟ ଓ ମେସିନ୍ ସାହାଯ୍ୟରେ ୩୦ ଫୁଟ ଗଭୀର ପାଣିରେ ଗାଧେଇବାକୁ ଯାଇ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲା ।
ବୁଢାନଦୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ - ଗାଧେଇବା ବେଳେ ଅଘଟଣ
ଗାଧେଇବା ବେଳେ ଅଘଟଣ । ପାଣିରେ ବୁଡି ଅଷ୍ଟମ ଛାତ୍ରର ମୃତ୍ୟୁ । ଅଧିକ ପଢନ୍ତୁ...
ପାଣିରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ
ସେଠାରେ ଥିବା କିଛି ଲୋକ ପିଲାଟିକୁ ବୁଡି ଯାଉଥିବାର ଦେଖି ପିଲାଟିକୁ ଉଦ୍ଧାର କରିବା ସହିତ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରିଥିଲେ । ପିଲାଟିକୁ ଡାକ୍ତର ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଏହି ଖବର ଆଖପାଖ ଅଞ୍ଚଳରେ ପ୍ରଚାର ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ