ଓଡିଶା

odisha

ETV Bharat / state

ଦ୍ରୁତଗତିରେ ଯାଜପୁରରେ ମାଡୁଛି କୋରୋନା,  ମୋଟ ପଜିଟିଭ 896

ରବିବାର ଜିଲ୍ଲାରେ ଗୋଟିଏ ଦିନରେ 97 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 896ରେ ପହଞ୍ଚିଛି । ସେଥିରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 528 ଜଣ ସୁସ୍ଥ ଓ 367ଟି ମାମଲା ଆକ୍ଟିଭ ରହିଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବାକୁ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ଚେକିଂ ବ୍ଲକିଂକୁ କଡାକଡି କରାଯିବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଜୋରିମାନା ଲାଗୁ ହେଉଛି । ଅଧିକ ପଢନ୍ତୁ...

By

Published : Jul 12, 2020, 6:53 PM IST

896 total corona positive case in jajpur
ଦ୍ରୁତଗତିରେ ମାଡୁଛି କୋରୋନା, ଯାଜପୁରରେ ମୋଟ ପଜିଟିଭ 896

ଯାଜପୁର: ଜିଲ୍ଲାରେ ଦ୍ରୁତଗତିରେ ମାଡି ଚାଲିଛି କୋରୋନା ଭୂତାଣୁ । ପରିସ୍ଥିତି ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ ହେଉଛି କଟକଣା ପରେ କଟକଣା । ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲାଗିଛି ନିଷେଧ । ଅନଲକ୍-0.2ର ଅବଧି ଭିତରେ ଚାଲିଛି ସାପ୍ତାହିକ ସଟଡାଉନ କଟକଣା । ହେଲେ ତଥାପି ଥମୁନି କୋରୋନାର ପ୍ରକୋପ ।

ଏହି କ୍ରମରେ ଗତ 3 ଦିନ ମଧ୍ୟରେ ଜିଲ୍ଲାରେ 223 ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ଶୁକ୍ରବାର 86, ଶନିବାର 40 ଓ ରବିବାର 97 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା 896ରେ ପହଞ୍ଚିଛି । ସେଥିରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 528 ଜଣ ସୁସ୍ଥ ଓ 367ଟି ଆକ୍ଟିଭ୍ ମାମଲା ରହିଛି ।

ଦ୍ରୁତଗତିରେ ମାଡୁଛି କୋରୋନା, ଯାଜପୁରରେ ମୋଟ ପଜିଟିଭ 896

ସେହିପରି ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଗାଁଠୁ ସହର ସବୁଠି କୋଭିଡ କଟକଣାକୁ କଡାକଡି କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ଜାରି ହୋଇଛି 48 ଘଣ୍ଟିଆ ସାପ୍ତାହିକ କଟକଣା । ତଥାପି ତହସିଲଦାର, ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ବି କୋରୋନା ସଂକ୍ରମଣରୁ ବାଦ୍ ପଡିନାହାନ୍ତି । ଯାହାକୁ ନେଇ ପ୍ରଶାସନ ବି ଚିନ୍ତାରେ ପଡିଛି ।

ଦ୍ରୁତଗତିରେ ମାଡୁଛି କୋରୋନା, ଯାଜପୁରରେ ମୋଟ ପଜିଟିଭ 896

ଗୋଟିଏ ପଟେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଅନ୍ୟପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି । ଫଳରେ ବର୍ତ୍ତମାନ କେବଳ କୋରୋନା ଚିନ୍ତା ହିଁ ସଭିଙ୍କୁ ଘାରିଛି । ରବିବାର ସାପ୍ତାହିକ ସଟଡାଉନ ବଳବତ୍ତର ଥିବାରୁ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ଚେକିଂ ବ୍ଲକିଂକୁ କଡାକଡି କରାଯାଇଛି । ଏବେ ବିବାହ ସମୟ ଚାଲିଥିବାରୁ ଆଜି କିଛି ଅଧିକ ଲୋକଙ୍କୁ ରାସ୍ତାରେ ଯାତାୟାତ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏସବୁର ଭଲ ଭାବେ ଯାଞ୍ଚ କରି ଗାଡି ଗୁଡିକୁ ଛଡାଯାଉଥିଲା ।

ଦ୍ରୁତଗତିରେ ମାଡୁଛି କୋରୋନା, ଯାଜପୁରରେ ମୋଟ ପଜିଟିଭ 896

ଏହାସହ ନିୟମ ଉଲ୍ଲଂଘନ କରୁଥିବା କିଛି ଅମାନିଆଙ୍କ ବିରୋଧରେ ପୋଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ସହ ଅନେକଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ପ୍ରଶାସନର ଅଧିକାରୀମାନେ ଅନବରତ ଚେଷ୍ଟା ଜାରି ରଖିଛନ୍ତି । ଏଥିସହିତ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ କୋଭିଡ୍ ନିୟମ ଓ କଟକଣାକୁ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details