ଓଡିଶା

odisha

ETV Bharat / state

ଦୁଇ ବାଳକ ସାଜିଲେ ପ୍ରାଣଦାତା, 6 ବର୍ଷର ଶିଶୁର ବଞ୍ଚାଇଲେ ଜୀବନ - ବୁଡି ଯାଉଥିବା ଶିଶୁ

ବୟସରେ ସାନ କିନ୍ତୁ କାମ ତାଙ୍କ ଅନନ୍ୟ । ନିଜ ଜୀବନକୁ ବାଜି ଲଗାଇ ମୃତ୍ୟୁ ମୁଖରୁ ବଚାଇଲେ ୬ ବର୍ଷ ଛାତ୍ରର ଜୀବନ । ଯାହା ଏବେ ଯାଜପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଡିଜାଇନ ଫଟୋ

By

Published : Sep 5, 2019, 2:10 PM IST

ଯାଜପୁର: ଅଷ୍ଟମ ଶ୍ରେଣୀର ଛାତ୍ର । କିନ୍ତୁ ସାହାସ ଆଗରେ ହାର ମାନିଯିବେ ବଡ । ଜଣେ 6 ବର୍ଷର ପିଲାର ଜୀବନକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଲେ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର । ଆମେ କହୁଛୁ ଯାଜପୁରର ଦୁଇ ସାହାସୀ ପୁଅ ସୋଏବ ଅଖତର୍ ଓ ସେକ୍ ତୋସିବ ରାଜାଙ୍କ କଥା । ଏମାନଙ୍କ ସାହାସର ଚର୍ଚ୍ଚା ଏବେ ଯାଜପୁର ଡେଇଁ ସାରା ରାଜ୍ୟରେ ଚହଳ ପକାଇଛି ।

ଏହି ଦୁଇ ଛାତ୍ରଙ୍କ ସାହାସର ତାରିଫ୍ ଯେତେ କଲେ ବି କମ୍ ପଡିବ । ଉଭୟେ ଛାତ୍ର ପୋଖରୀରେ ବୁଡି ଯାଉଥିବା ଜଣେ 6 ବର୍ଷର ଛାତ୍ର ଜୀବନ ବଞ୍ଚାଇଛନ୍ତି । ଯାହା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ପୁରା ଘଟଣା ଏମିତି, ଗୁରୁବାର କୋରେଇ ବ୍ଲକର ସାଦକପୁର ଗାଁରେ ଗଣେଶ ପୂଜା ଭସାଣୀ ସାରି ଫେରୁଥିଲେ ସାଦକପୁର ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଅବଦୁଲ ରୁମାନ ଖାନ । ରାସ୍ତାରେ ଫେରୁଥିବାବେଳେ ଏକ ପୋଖରୀ ଦେଖି ଅଟକି ଯାଇଥିଲେ ସେ । ହେଲେ ପୋଖରୀରେ ମାଛ ଦେଖୁ ଦେଖୁ ଅସାବଧାନତା ବଶତଃ ଛାତ୍ର ଜଣଙ୍କ ପୋଖରୀରେ ପଡି ଯାଇଥିଲେ । ସାହାଯ୍ୟ ପାଇଁ ଚିତ୍କାର କରୁଥିବାବେଳେ ଏତିକି ବେଳେ ସେହି ରାସ୍ତା ଦେଇ ଯାଉଥିଲେ କୋରେଇ ହାଇସ୍କୁଲର ସୋଏବ ଅଖତର୍ ଓ ସେକ୍ ତୋସିବ ରାଜା । ଅବଦୁଲଙ୍କୁ ପୋଖରୀରେ ବୁଡୁ ଥିବାର ଦେଖି ନିଜ ଜୀବନକୁ ଖାତିର ନ କରି ଉଭୟେ ପୋଖରୀକୁ ଡେଇଁ ଛାତ୍ରଟିକୁ ଉଦ୍ଧାର କରିଥିଲେ ।

ଏହାପରେ ସ୍କୁଲ ଶିକ୍ଷକଙ୍କ ସହାୟତାରେ ଅବଦୁଲଙ୍କୁ ଘରେ ଛାଡି ଆସିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ଦୁଇ ଛାତ୍ରକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଉଭୟେ ଜୀବନକୁ ଖାତିର୍ ନ କରି ଯେଭଳି ଭାବରେ ଛାତ୍ରଟିକୁ ବଞ୍ଚାଇଲେ ସମସ୍ତେ ପ୍ରଶଂସା କରୁଛନ୍ତି । ଏପରିକି ଉଭୟଙ୍କୁ ସାହାସିକତାର ପୁରସ୍କାର ପ୍ରଦାନ ପାଇଁ ସ୍କୁଲର ପ୍ରଧାନଶିକ୍ଷକ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details