ଯାଜପୁର : ଧନେଶ୍ବର ବେହେରା ହତ୍ୟାକାଣ୍ଡ ମାମଲା । ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜିଲ୍ଲା ଓ ଦୌରାଜଜ । ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ଧନେଶ୍ବର ବେହେରା ହତ୍ୟା ମାମଲା : ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ - ଧନେଶ୍ବର ବେହେରା ହତ୍ୟାକାଣ୍ଡ ମାମଲା
ଧନେଶ୍ବର ବେହେରା ହତ୍ୟାକାଣ୍ଡ ମାମଲା । ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜିଲ୍ଲା ଓ ଦୌରାଜଜ । ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ୮ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ
ଧନେଶ୍ବର ବେହେରା ହତ୍ୟାକାଣ୍ଡ ମାମଲା : ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
ସୂଚନା ଅନୁଯାୟୀ, ଯାଜପୁର ଟାଉନ ଥାନା ଗଶେଶ୍ବରପୁର ଗାଁର ଧନେଶ୍ବର ବେହେରାଙ୍କୁ ଗତ ୨୦୧୨ ମସିହାରେ ହତ୍ୟା କରାଯାଇଥିଲା । ପୂର୍ବ ଶତୃତା ଓ ଜମି ବାଡି ବିବାଦକୁ କେନ୍ଦ୍ର କରି ଧନେଶ୍ବରଙ୍କୁ ତାଙ୍କ ସମ୍ପର୍କୀୟ ଏବଂ ପଡୋଶୀ ସଂଘବଦ୍ଧ ଆକ୍ରମଣ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ୧୮ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିବା ପରେ ମାନ୍ୟବର ଅଦାଲତ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହିତ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ପ୍ରକାଶ ପାଇବା ପରେ ଧନେଶ୍ବରଙ୍କ ପତ୍ନୀ ବେଶ ଖୁସି ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ,ଯାଜପୁର