ଓଡିଶା

odisha

ETV Bharat / state

ଯାଜପୁରର 700 କୋଲକତା ଫେରନ୍ତାଙ୍କୁ ଚିହ୍ନଟ କରି କ୍ବାରେଣ୍ଟାଇନରେ ରଖିଲା ପ୍ରଶାସନ - ଯାଜପୁରରେ ପଶ୍ଚିମବଙ୍ଗ ଫେରନ୍ତା

ଯାଜପୁରରେ ପଶ୍ଚିମବଙ୍ଗ ଫେରନ୍ତା ବଢାଉଛନ୍ତି ଚିନ୍ତା । 7ଶହ କୋଲକତା ଫେରନ୍ତାଙ୍କୁ ଚିହ୍ନଟ ପରେ ତାଙ୍କୁ କ୍ବାରେଣ୍ଟାଇନ କଲା ପ୍ରଶାସନ ।

700 kolkota returnees identified in jajpur
7 ଶହ କୋଲକତା ଫେରନ୍ତା ଚିହ୍ନଟ

By

Published : Apr 25, 2020, 1:11 PM IST

ଯାଜପୁର: ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି ମୋଟ 8ଜଣ କୋରୋନା ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ନିଜାମୁଦ୍ଦିନ ଫେରନ୍ତା ହୋଇଥିବା ବେଳେ 7ଜଣ ହେଉଛନ୍ତି କୋଲକାତା ଫେରନ୍ତା । ଏହି ଘଟଣା ଏବେ ଜିଲ୍ଲା ପ୍ରଶାସନର ଚିନ୍ତାକୁ ବଢାଇ ଦେଇଛି। ଇତିମଧ୍ୟରେ କେବଳ କଲିକତାରୁ 7ଶହରୁ ଉର୍ଦ୍ଧ୍ବ ଲୋକ ଯାଜପୁରକୁ ଫେରିଥିବା ପ୍ରଶାସନିକ ଅନୁସନ୍ଧାନରୁ ଜଣାପଡିଛି। ତେଣୁ ଗତକାଲି ରାତି ଠାରୁ ସେମାନଙ୍କୁ ଚିହ୍ନଟ କରିବା ଏବଂ ଚିହ୍ନଟ ପରେ ସେମାନଙ୍କୁ ସରକାରୀ କ୍ବାରେନଟାଇନ ସେଣ୍ଟରରେ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

7 ଶହ କୋଲକତା ଫେରନ୍ତା ଚିହ୍ନଟ

ସେପଟେ ପ୍ରଭାବିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରାଯାଇ ସଟଡାଉନ ବଳବତ୍ତର ରହିଛି । ତେବେ ସେସବୁ ଅଞ୍ଚଳର ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେହିଭଳି ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ସନ୍ଦିଗ୍ଧ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ବାବ ଟେଷ୍ଟ ପାଇଁ ପଠାଯିବା ସହିତ ସାନିଟାଇଜିଂ କାମ ମଧ୍ୟ ଜାରି ରହିଛି।

ଗତ 15-20 ଦିନ ମଧ୍ୟରେ ଅନେକ ଲୋକ କୋଲକାତାରୁ ଯାଜପୁରକୁ ଫେରିଆସିଥିବା ଜଣାପଡିଛି । ଏହାକୁ ନେଇ ସମଗ୍ର ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଭାବିତ ଅଞ୍ଚଳର ଲୋକ ମଧ୍ୟ କୋରନା ଆତଙ୍କ ଆତଙ୍କିତ ହୋଇପଡିଛନ୍ତି । ତେବେ ଆକ୍ରାନ୍ତ 6ଜଣଙ୍କୁ ଟାଟା ମେଡିକା କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ କ୍ବାରେନଟାଇନକୁ ନିଆଯାଉଛି ।

ଏହାସହ କୋଲକାତା ଫେରନ୍ତା ଲୋକ ମାନଙ୍କୁ ମଧ୍ୟ ଗତକାଲି ରାତି ଠାରୁ କ୍ବାରେନଟାଇନ ସେଣ୍ଟରରେ ରଖାଯାଉଛି । କେବଳ କୋଲକାତା ନୁହେଁ ଆଜି ବି ବିହାର ଏବଂ ଅନ୍ୟ ରାଜ୍ୟରୁ ଅନେକ ଲୋକ ଜିଲ୍ଲାକୁ ଫେରୁଥିବା ନଜରକୁ ଆସିଛି । ତେବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସୀମାରେ ଚେକିଂକୁ କଡାକଡି କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details