ଯାଜପୁର: ବନ୍ୟା ଜଳରେ ଭାସି ଆସିଥିବା 6 ଫୁଟ ଅଜଗର ସାପକୁ ଉଦ୍ଧାର କଲା ସ୍ନକ ହେଲ୍ପ ଲାଇନ । ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଅରବିନ୍ଦ ଶିକ୍ଷା କେନ୍ଦ୍ର ନିକଟରେ ଏହି ଘଟଣା ଦେଖିବାକୁ ମିଳିଛି ।
ବନ୍ୟା ଜଳରେ ଭାସି ଆସିଥିବା 6 ଫୁଟର ଅଜଗର ଉଦ୍ଧାର ସୂଚନ ମୁତାବକ ଖରସ୍ରୋତା ନଦୀ ପାଣି ବ୍ୟାସସରବର ଆଡକୁ ମାଡ଼ି ଆସିଥିଲା। ଯାହା ଫଳରେ ଅନେକ ଜୀବଜନ୍ତୁ ଭାସି ଆସିଥିଲେ ଏହି ନଦୀ ପାଣିରେ। ନଦୀ ପାଣି କମିବା ପରେ ଏହି ପାଣିରେ ଅଜଗର ସାପଟି ଭାସି ଆସିଥିବା ଅନୁମାନ କରାଯାଉଛ ।
ଗତକାଲି ବିଳମ୍ବିତ ରାତିରେ ମୁଣ୍ଡମାଳ ସ୍ଥିତ ଅରବିନ୍ଦ ସ୍କୁଲ ରାସ୍ତାରେ ଏହି ଅଜଗର ସାପଟି ରାସ୍ତା ପାରି ହଉଥିବା ଲୋକ ଦେଖିଥିଲେ। ପ୍ରଥମେ ଲୋକମାନେ ଏହି ବିରାଟ ସାପକୁ ଦେଖି ଭୟଭୀତ ହେଇଯାଇଥିଲେ। ପରେ ସ୍ନକେ ହେଲ୍ପ ଲାଇନ ସଦରସ୍ୟ ମଣିଭଦ୍ରଙ୍କୁ ଖବର ଦେବା ପରେ ସାପଟିକୁ ଉଦ୍ଧାର କରାଯାଇଛି । ତେବେ ଏହି ସାପଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ