ଯାଜପୁର: ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ୫T ସଚିବ ଭି.କେ ପାଣ୍ଡିଆନ । ବ୍ୟାସନଗର ପୌରାଞ୍ଚଳରେ ପହଞ୍ଚି ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମହିଳାଙ୍କୁ ଅବଗତ କରାଇଛନ୍ତି । ସଚିବଙ୍କ ଗସ୍ତକୁ ନେଇ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼କାଡ଼ି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:5T ସଚିବଙ୍କ ଗଞ୍ଜାମ ଗସ୍ତ; ହେଲିକପ୍ଟରରେ ଫେରିବା ବେଳେ କଳାପତକା ପ୍ରଦର୍ଶନ ସହିତ ଅଣ୍ଡାମାଡ ! ଭିଡିଓ ଭାଇରାଲ
ଆଜି (ସୋମବାର) ଦିନ 11ଟା ବେଳେ ବ୍ୟାସନଗର ପୌରାଞ୍ଚଳର ଚାନ୍ଦମା ପଡିଆରେ ପହଞ୍ଚିଥିଲେ ୫T ସଚିବ ଭି.କେ ପାଣ୍ଡିଆନ l ସମାବେଶ ସ୍ଥଳରେ ଉପସ୍ଥିତ ଥିଲେ ହଜାର ହଜାର ସଂଖ୍ୟାରେ ମହିଳା । ମହିଳାମାନେ ପାଣ୍ଡିଆନଙ୍କୁ ହୁଳହୁଳି ଓ ଶଙ୍ଖଧ୍ବନୀ ସହିତ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ । ମହିଳାମାନେ ସଚିବଙ୍କ ହାତରେ ରାକ୍ଷୀ ପିନ୍ଧାଇ ରକ୍ଷାବନ୍ଧନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହି ଅବସରରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମିଶନ ଶକ୍ତିର ମହିଳା ମାନଙ୍କୁ ସେ ଉଦବୋଧନ ଦେଇ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ ।