ଓଡିଶା

odisha

By

Published : Jun 26, 2021, 7:09 PM IST

ETV Bharat / state

୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର ଥାନା ଅଞ୍ଚଳରେ ଏକ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଦଶରଥପୁର ବ୍ଳକ ବିହାରୀ ପଞ୍ଚାୟତର ପ୍ରଫୁଲ୍ଲ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ
୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର: ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଯାଜପୁର ଥାନା ଅଞ୍ଚଳରେ ଏକ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ଦଶରଥପୁର ବ୍ଳକ ବିହାରୀ ପଞ୍ଚାୟତର ପ୍ରଫୁଲ୍ଲ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଶୁକ୍ରବାର ରାତିରେ ଶିଶୁ କନ୍ୟା ଜଣକ ଘର ବାରଣ୍ଡାରେ ଠିଆ ହୋଇଥିବା ସମୟରେ ପ୍ରଫୁଲ୍ଲ ତାକୁ ଚକୋଲେଟ ଲୋଭ ଦେଖାଇ ନେଇ ଦୁଷ୍କର୍ମ କରିଥିଲା । ଶିଶୁ ଜଣକ ଚିତ୍କାର କରିବା ଫଳରେ ଅଭିଯୁକ୍ତ ଜଣକ ଛାଡି ଫେରାର ହୋଇଯାଇଥିଲା । ଶିଶୁକୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଖି କେନ୍ଦ୍ରରେ ରଖାଯାଇଛି। ସେପଟେ ଅଭିଯୁକ୍ତର ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଡାକ୍ତରିମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details